“ଜାତୀୟ ଡାକ୍ତର ଦିବସ ” ଅବସରରେ ଡାକ୍ତରଙ୍କୁ ସମ୍ମାନ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ସମଗ୍ର ବିଶ୍ୱ ଯେତେବେଳେ ଏକ ମହାମାରି ଠାରୁ ମୁକ୍ତି ପାଇବା ପାଇଁ ସଂଗାମ କରୁଛି ଠିକ୍ ସେହି ସମୟରେ ଉକ୍ତ ସଂଗ୍ରାମ ଯୋଦ୍ଧା ସାଜି ଥିବା ଡାକ୍ତର ମାନଙ୍କୁ “ଜାତୀୟ ଡାକ୍ତର ଦିବସ ” ଅବସରରେ ସମ୍ମାନ ଜଣାଇବାକୁ ରାଇରଙ୍ଗପୁର ହାଇସ୍କୁଲ ପୁରାତନ ଛାତ୍ର ସଂଘ ପକ୍ଷରୁ ଏକ ଅଭିଯାନ ଆୟୋଜିତହୋଇଥିଲା । ଉକ୍ତ ଅଭିଯାନରେ ସଂଘର ସଦସ୍ୟ ବିଜୟ କୁମାର ରାମ, କାଳିପ୍ରସନ୍ନ ମହାନ୍ତି, ରଞ୍ଜନ କୁମାର ନନ୍ଦ, ସୂର୍ଯ୍ୟକାନ୍ତ ଘଣା, କିଶୋର ରଜକ,ଲକ୍ଷ୍ମଣ କୁମାର ମାର୍ଣ୍ଣି, ରିତେଶ ଆଠଘରା ,ଦିନେଶ ବେହେରା,ଲଳିତ ପାତ୍ର ପ୍ରମୁଖ ଏକାଠି ହୋଇ ଡାକ୍ତରଖାନା ଏବଂ ଡାକ୍ତର ମାନଙ୍କ ବାସଗୃହ କୁ ଯାଇ ଡାକ୍ତର ଛତିଶ୍ ମହାନ୍ତ(ଏସ୍ .ଡି.ଏମ୍.ଓ),ଡଃ ସ୍ୱୟଂମ୍ବର ସିଂହ, ଡଃ ଦେବେନ୍ଦ୍ର ନାଥ ଟୁଡୁ,ଡଃ ପ୍ରମୋଦ ସାହୁ, ଡଃ ପ୍ରତୁଷ ମିଶ୍ର ଓ ଅନ୍ୟ ଡାକ୍ତର ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଡାକ୍ତର ମାନଙ୍କର ନିଜ ବୃତ୍ତି ପ୍ରତି ଥିବା ନିଷ୍ଠା ଓ ସମର୍ପଣ ଭାବର ଗୁଣଗାନ କରାଯାଇଥିଲା ।ଭାରତର ପୂର୍ବତନ ସୁନାମଧନ୍ୟ ଚିକିତ୍ସକ,ଶିକ୍ଷାବିତ୍, ସ୍ୱାଧିନତା ସଂଗ୍ରାମୀ ତଥା ବିଶିଷ୍ଟ ରାଜନେତା ଭାରତ ରତ୍ନ ଡଃ ବିଧାନ ଚନ୍ଦ୍ର ରାୟଙ୍କ ସ୍ମରଣାର୍ଥେ ପ୍ରତିବର୍ଷ ଏହି ଦିବସ ଜୁଲାଇା ୧ତାରିଖ ଦିନ ପାଳନ କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ