ଜାତୀୟ ଡେଙ୍ଗୁ ଦିବସ ସଚେତନତା ବୈଠକ
ଜାତୀୟ ଡେଙ୍ଗୁ ଦିବସ ଅବସରରେ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ ସମ୍ମୀଳନୀ କକ୍ଷରେ ଡେଙ୍ଗୁ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାରେ ଥିବା ଜନସାଧାରଣଙ୍କ ମଧରୁ କେହି ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ନହୁଅନ୍ତି ସେଥି ପ୍ରତି ଆବଶ୍ୟୃକିୟ ପଦକ୍ଷେପ ସ୍ୱାସ୍ଥ ବିଭାଗ ସମେତ ବିଭାଗୀୟ ଅ ଧିକାରୀ ମାନଙ୍କୁ ନିର୍ଦେଶ ଦେଇଥô୍ଲେ । ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ଅଧକ୍ଷତା କରିବା ସହ ଗଞ୍ଜାମକୁ ଡେଙ୍ଗୁ ମୁକ୍ତ କରିବା ନିମନ୍ତେ ଆହ୍ୱାନ ଦେଇଛନ୍ତି । ଏଡିସ ମଶା ଦ୍ୱାରା ଏହି ରୋଗ ହୁଏ । ସହରାଞ୍ଚଳ ଅଳିଆ ସଂଗ୍ରହ ଗାଡି ଗୁଡିକରେ ଡେଙ୍ଗୁ ସଚେତନତା ଉଦଘୋଷଣା କରାଯିବ । ବ୍ରହ୍ମପୁର ବଡ ମେଡିକାଲରେ ଡେଙ୍ଗୁ ର ଚିକିସ୍ରା ପାଇଁ ସ୍ୱତନ୍ତ୍ର ସେଲ ରହିବ । ଏହି ବୈଠକରେ ଅନ୍ୟ ମାନଙ୍କ ସହ ଜିଲ୍ଲା ମୁଖ୍ୟ ଚିକିସ୍ରାଧିକାରୀ ଡା .ବିଜୟ କୁମାର ପାଣିଗ୍ରାହୀ ,ଜନସ୍ୱାସ୍ଥ ଅଧିକାରୀ ଡା.ଆର .ଜଗଦୀଶ ପଟ୍ଟନାୟକ ,ସହରାଞ୍ଚଳ ଉନ୍ନୟନ୍ନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସବ୍ୟସାଚୀ ହୋତା , ଜିଲ୍ଲା ଶିକ୍ଷାଥିକାରୀ ସନାତନ ପଣ୍ଡା , ଜାତୀୟ ସ୍ୱାସ୍ଥ ମିଶନ ପ୍ରକଳ୍ପ ପରିଚାଳକ ଶ୍ୟାମସୁନ୍ଦର ତ୍ରୀପାଠୀ ,ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।