ଜାତୀୟ ନିରାପତ୍ତା ଶିବିର
ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ତୁଣ୍ଡା ସରକାରୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଜାତୀୟ ନିରାପତ୍ତା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅନାମ ଚରଣ ସେଠୀଙ୍କ ସଭାପତିତ୍ୱରେର ଅନୁଷ୍ଠିତ ସଭାରେ ସିଆରସିସି କମଳା ରାଉଳ, ପ୍ରମୋଦ କୁମାର ରାଉତ, ପ୍ରଭାସ କୁମାର ସ୍ୱାଇଁ, ପ୍ରତାପ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଦିବସ ପାଳନ ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁଶାନ୍ତ ମହାପାତ୍ର, କୌଶଲ୍ୟା ବେହେରା, ବିଜୟାଲକ୍ଷ୍ମୀ ଦାସ ପ୍ରମୁଖ ସହଯୋଗ କରିଥିଲେ ।