ଜାତୀୟ ନିରାପଦ ମାତୃତ୍ଵ ଦିବସ ପାଳନ

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ): ରାଜ୍ୟରେ ଶିଶୁ ଏବଂ ମାଆ ମାନଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ ଜନ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଛନ୍ତି I କିନ୍ତୁ ବହୁ ସମୟରେ ଏହି ଯୋଜନା ଗୁଡ଼ିକ ବିଷୟରେ ନ ଜାଣି ଏହାର ଲାଭ ଉଠାଇ ପାରନ୍ତି ନାହିଁ ଗ୍ରାମାଞ୍ଚଳର ମାଆ ମାନେ I ଏହାକୁ ଦୃଷ୍ଟିରେ ରଖି ମହିଳାମାନଙ୍କୁ ସରକାର ଯୋଗାଇ ଦେଉଥିବା ସ୍ୱାସ୍ଥ୍ୟ ଭିତ୍ତିକ ସୁବିଧା ସୁଯୋଗ ବିଷୟରେ ଜଣାଇବା ପାଇଁ ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଇଲିପଡ଼ା ଏବଂ ଗାଙ୍ଗପୁର ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ନିରାପଦ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି I ଉଭୟ କେନ୍ଦ୍ରରେ ପାଇଲିପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର୍ ସରୋଜ ପ୍ରଧାନ ଏବଂ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରାମହରି ପଣ୍ଡା ଯୋଗ ଦେଇ ମାଆ ମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା ତଥା ପ୍ରସୂତୀ ଏବଂ ଗର୍ଭବତୀ ମହିଳାଙ୍କ ଯତ୍ନ, ଗର୍ଭସ୍ଥ ଶିଶୁ ଏବଂ ନବ ଜାତକର ଯତ୍ନ, ମାତୃ ଏବଂ ଶିଶୁ ମୃତ୍ୟୁହାର କମାଇବା,ଜନନୀ ସୁରକ୍ଷା ଯୋଜନା, ଭୃଣ ହତ୍ୟା ବନ୍ଦ କରିବା,ଗର୍ଭବତୀ ଙ୍କ ପୌଷ୍ଟିକ ଆହାର ଏବଂ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ୍, ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ଏବଂ ଟୀକାକରଣ ଆଦି ବିଷୟରେ ଉପସ୍ଥିତ ମହିଳା ମାନଙ୍କ ସହିତ ଆଲୋଚନା କରିଥିଲେ I ଏହି କାର୍ଯ୍ୟକ୍ରମରେ ଉଭୟ ଅଞ୍ଚଳର ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ଅଙ୍ଗନୱାଡ଼ି କର୍ମୀ ମାନେ ଅଂଶ ଗ୍ରହଣ କରିଥିଲେ I ପାଇଲିପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ 25 ଜଣ ମହିଳା ଉପସ୍ଥିତ ଥିବା ବେଳେ ଗାଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ 15 ଜଣ ମହିଳା ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ