“ଜାତୀୟ ପଞ୍ଚାୟତ ଆୱାର୍ଡ- ୨୦୧୯ ‘ରେ ଓଡ଼ିଶା ପୁରସ୍କୃତ

ନୂଆଦିଲ୍ଲୀ : ଜାତୀୟ ପଞ୍ଚାୟତ ଆୱାର୍ଡ-୨୦୧୯ରେ ଓଡ଼ିଶାକୁ ଦୁଇଟି ଶ୍ରେଣୀରେ ପୁରସ୍କୃତ କରାଯାଇଛି । ନାନାଜୀ ଦେଶମୁଖ ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର-୨୦୧୯ ଶ୍ରେଣୀରେ ଓଡ଼ିଶାର ଗଂଜାମ ଜିଲ୍ଲା ଅନ୍ତର୍ଗତ ବରଗାଁ ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରାଯାଇଥିବାବେଳେ “ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତୀକରଣ ପୁରସ୍କାର -୨୦୧୯ ‘ ଶ୍ରେଣୀ ଅନ୍ତର୍ଗତ ଜିଲ୍ଲା ପଞ୍ଚାୟତ ସ୍ତରରେ ସମ୍ବଲପୁର ଜିଲ୍ଲା , ହିଂଜିଳିକାଟୁ ବ୍ଲକ୍, ଗଂଜାମ ଜିଲ୍ଲାର ଶେରଗଡ଼ ଗ୍ରାମ ପଞ୍ଚାୟତ, ଅନୁଗୁଳ ଜିଲ୍ଲାର ସଇଡ଼ା ଗ୍ରାମ ପଞ୍ଚାୟତ ଓ କେନ୍ଦ୍ରାପଡ଼ାର ଭଗତପୁର ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରାଯାଇଥିଲା । ତେବେ, ଚାଇଲ୍ଡ ଫ୍ରେଣ୍ଡଲି ବା ଶିଶୁ ଅନୁକୂଳିତ ଗ୍ରାମ ପଞ୍ଚାୟତ ଓ ଇ-ପଞ୍ଚାୟତ ପୁରସ୍କାର ଶ୍ରେଣୀରେ ଓଡ଼ିଶାକୁ ପୁରସ୍କାର ପାଇଁ ଚୟନ କରାଯାଇନଥିଲା । ନୂଆଦିଲ୍ଲୀର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟର ୨୪୦ଟି ପଞ୍ଚାୟତକୁ ଜାତୀୟ ପଞ୍ଚାୟତ ପୁରସ୍କାର -୨୦୧୯ରେ ପୁରସ୍କୃତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ