ଜାତୀୟ ପତାକାକୁ ଧରି ଭାରତ ଭ୍ରମଣରେ ବାହାରିଛନ୍ତି କୋଲକତାର ସୁଦୀପ୍

ଛତ୍ରପୁର, (ଦେବଦତ୍ତ ମହାରଣା):ଅତି କମ୍ ବୟସରୁ ସାରା ଭାରତ ଭ୍ରମଣ ଜିଜ୍ଞାସା ନେଇ ବାହାରିଛନ୍ତି କୋଲକତା ଯାଦବପୁର ଅଂଚଳର ୨୨ ବର୍ଷର ଯୁବକ ସୁଦୀପ୍ ଦାସ । ଗତ ୨ ତାରିଖରୁ ସୁଦୀପ ସାରା ଭାରତ ଭ୍ରମଣ ଆଶା ନେଇ ନିଜ ଅଂଚଳ ତଥା କୋଲକତା ର ଯାଦବପୁର ଅଂଚଳରୁ ସାଇକେଲ ପଦଯାତ୍ରାରେ ବାହାରି ବିଶାଖାପାଟ୍ଟଣାମ୍ ପର୍ଯ୍ୟନ୍ତ ଯିବେ ବୋଲି ଛତ୍ରପୁର କଲେଜ ଛକ ଠାରେ ସୂଚନା ଦେଇଛନ୍ତି । ସୁଦୀପ ଜଣେ ଛାତ୍ର । ଜାତୀୟ ପତାକାକୁ ଧରି ଭାରତର ବିଭିନ୍ନ ସ୍ଥାନକୁ ସାଇକେଲ ମାଧ୍ୟମରେ ବୁଲିବା ପାଇଁ ସେ ଇଚ୍ଛା ପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ