ଜାତୀୟ ପତାକା ସିଲାଇ କରି ଚର୍ଚ୍ଚାରେ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟ ସରକାର ମିଶନ ଶକ୍ତି ଗ୍ରାମାଞ୍ଚଳ ରେ ମହିଳାମାନଙ୍କୁ ରୋଜଗାରକ୍ଷମ , ଆତ୍ମନିର୍ଭରଶୀଳ ଏବଂ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ସଦାସର୍ବଦା ବିଭିନ୍ନ ଯୋଜନା କରି ବର୍ତ୍ତମାନ ମହିଳା ଙ୍କୁ ଓଡ଼ିଶା ମିଶନ ଶକ୍ତି ଯୋଜନା ମାଧ୍ୟମରେ କିଛି ନୂତନ ପନ୍ଥା ଅବଲମ୍ବନ ଖାଦ୍ୟ ସାମଗ୍ରୀ , ଫୁଲ ଝାଡୁ ତଥା ଉନ୍ନତ ଧରଣର ଚାଷ ମାଛ ଚାଷ ଏବଂ ସିଲାଇ କାର୍ଯ୍ୟ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ଏଥିରେ ସାମିଲ କରି ଆହୁରି ଉନ୍ନତ ଧରଣର କାର୍ଯ୍ୟ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡାମାରୀ ପଞ୍ଚାୟତର ଉକ୍ତ ଗ୍ରାମରେ ଥିବା ବଜରଙ୍ଗୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ କର୍ମକର୍ତ୍ତା ମାନେ ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସକୁ ଲକ୍ଷ୍ଯ ରଖି ଜାତୀୟ ପତାକା ସିଲାଇ କରି ଚର୍ଚ୍ଚାରେ ରହିବା ସହ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ଦେଶରେ ୭୫ ତମ ସ୍ବାଧୀନତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ସାରା ଦେଶରେ ଏହି ବର୍ଷକୁ ସ୍ମରଣୀୟ କରିବା ପାଇଁ ଦେଶର ପ୍ରଧାନମନ୍ତ୍ରୀ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ନିଜ ଘରେ ଘରେ ଜାତୀୟ ପତାକା ଲଗାଇବା ପାଇଁ ଆହ୍ୱାନ ଦେଇଛନ୍ତି । ଯାହାକୁ ନେଇ ଆଜି ପୋଡାମାରୀ ଅଞ୍ଚଳର ଏହି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ନିଜ ପ୍ରୟାସରେ ଦେଶର ତ୍ରିରଙ୍ଗା ପତାକା ସିଲାଇ କରି ପ୍ରଶଂସାର ପାତ୍ର ପାଲଟିଛନ୍ତି । ଏପରିକି ସେମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ୬ ହଜାରରୁ ଉର୍ଦ୍ଧ୍ଵ ଜାତୀୟ ପତାକା ସିଲାଇ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଯାହାକି ୩୨ ଜଣ ମହିଳା ଏଥିରେ ସାମିଲ ହୋଇ ଦିନରାତି ଏକ କରିଥିବା ଜଣାପଡିଛି । ପୂର୍ବରୁ ଏହି ମହିଳା ଗୋଷ୍ଠୀ ମହାମାରୀ କରୋନା ବୃଦ୍ଧି ସମୟରେ ମାସ୍କ ସିଲାଇ କରି ସରକାରୀ କାର୍ଯ୍ୟାଳୟ ଗୁଡିକୁ ପ୍ରଦାନ କରିଥିବା ସହ ସରକାରୀ ବିଦ୍ୟାଳୟ ଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ପୋଷାକ ପ୍ରସ୍ତୁତ କରି ଦେଇ ଆସୁଥିବା ଦେଖିବାକୁ ମିଳିଥିଲା। ମହିଳା ଗୋଷ୍ଠି ନିଜେ ଆତ୍ମନିର୍ଭରଶୀଳ ଏଭଳି ଉଦ୍ୟମ କୁ ତତ୍ କାଳୀନ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ , ବ୍ରହ୍ମପୁର ଉପଜିଲ୍ଲାପାଳ ଏବଂ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତତ୍ରୟ ଭାଉ ସାହେବ୍ ପରିଦର୍ଶନ କରି ଗୋଷ୍ଠୀ ସଦସ୍ଯାଙ୍କ ଏଭଳି କାର୍ଯ୍ୟକୁ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ । ଏନେଇ ଗୋଷ୍ଠୀ ସଭାପତି ମଧୁମିତା ପ୍ରଧାନ ଦେଶପାଇଁ ତାଙ୍କ ଟିମ୍ ଜାତୀୟ ପତାକା ତିଆରି କରିପାରିଥିବାରୁ ନିଜକୁ ଗୈାରାନ୍ବିତ ମନେ କରୁଛନ୍ତି । ଆଜି ଆମେ ନିଜେ ରୋଜକାର କ୍ଷମ ହୋଇଥିବାରୁ ରାଜ୍ୟ ସରକାର , ଜିଲ୍ଲା ଓ ବ୍ଳକ ପ୍ରଶାସନକୁ ଏବଂ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ଓ ସ୍ଥାନୀୟ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ମହିଳାଙ୍କ ଦ୍ବାରା ପ୍ରସ୍ତୁତି ଏଭଳି କାର୍ଯ୍ୟକୁ ଅଞ୍ଚଳ ବାସୀ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି।

 

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ