ଜାତୀୟ ପଥପ୍ରାନ୍ତ ନାଟକ ମହୋତ୍ସବ-୨୦୨୩

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ଅଗ୍ରଣୀ ପଥପ୍ରାନ୍ତ ନାଟକ ଅନୁଷ୍ଠାନ ପପେଟ ପକ୍ଷରୁ ଚଳିତବର୍ଷ ଏପ୍ରିଲ ମାସ ୧୨ ତାରିଖ ଦିନ ଜାତୀୟ ପଥପ୍ରାନ୍ତ ନାଟକ ମହୋତ୍ସବ-୨୦୨୩ ବରମୁଣ୍ଡାସ୍ଥିତ ଖେଳପଡ଼ିଆଠାରେ ଅନୁଷ୍ଠିତ ହେବ । ଏଥିରେ ଗୌହାଟୀ, ପଶ୍ଚିମବଙ୍ଗ ସମେତ ଆମ ରାଜ୍ୟର ଅନେକ ପଥପ୍ରାନ୍ତ ନାଟକ ଦଳ ଅଂଶଗ୍ରହଣ କରିବେ । ଏଥିସହିତ ବିଭିନ୍ନ ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ସାମାଜିକ ସମସ୍ୟାକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପଥପ୍ରାନ୍ତ ନାଟକ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ । ଏହି ଅବସରରେ ପଥପ୍ରାନ୍ତ ନାଟକ ତଥା ନାଟ୍ୟ ଜଗତର ବିଶିଷ୍ଟ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ହୋଟେଲ କେଶରୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମହୋତ୍ସବ କମିଟିର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ପପେଟ ଅନୁଷ୍ଠାନର ସଭାପତି ଡଃ ପ୍ରଫେସର କୁବେର ବିଶ୍ୱାଳ ଓ ପପେଟର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପଟ୍ଟନାୟକ କହିଛନ୍ତି ।ଏହି ନାଟକ ମହୋତ୍ସବ ପାଇଁ ଏକ ଶୋଭାଯାତ୍ରା ସକାଳ ୯ ଘଟିକା ଠାରୁ ବରମୁଣ୍ଡା କାଳୀମନ୍ଦିର ଠାରୁ ବାହାରି ନାଟକ ମଞ୍ଚ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ପହଞ୍ôଚବା ପରେ ନାଟକ ମହୋତ୍ସବ ଅନୁଷ୍ଠିତ ହେବ ବୋଲି କର୍ମକର୍ତ୍ତାମାନେ ଉଲ୍ଲେଖ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଥିଏଟରମ୍ୟାନ ଦୋଳଗୋବିନ୍ଦ ରଥ, ଏ. ରାଜୁରାଓ ସୁବୁଦ୍ଧି, ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ