ଜାତୀୟ ପୁରସ୍କାର ପାଇଁ ମନୋନୀତ ହେଇଥିବା ଓଡିଶାର ଦୁଇ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଛତ୍ରପୁର, (ଦେବଦତ୍ତ ମହାରଣା): ଭାରତ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଜାତୀୟ ସ୍ତରରେ ସମ୍ମାନୀତ ହେବେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକର କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜିତ କୁମାର ସେଠୀ ଓ ଭଦ୍ରକ ଜିଲ୍ଲା ସରକାରୀ ସ୍କୁଲ ର ଆସିଷ୍ଟାଣ୍ଡ ଶିକ୍ଷକ ଅଶୋକ କୁମାର ଶତପଥି l ଏନେଇ ସୋମବାର ଉଭୟ ଙ୍କୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି l ଏହା ସହ ଉଭୟ ଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି l ଓଡିଶା ର ଦୁଇ ଜଣଙ୍କ ସହ ଦେଶର ୪୪ଜଣ ଶିକ୍ଷକଙ୍କୁ ଚଳିତ ବର୍ଷ ଜାତୀୟ ପୁରସ୍କାର ମିଳିବ l କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ଶିକ୍ଷକ /ଶିକ୍ଷୟତ୍ରୀ ଙ୍କ ନାମ ଘୋଷଣା କରାଯାଇଛି l ଆସନ୍ତା ସେପ୍ଟେମ୍ବର 5 ତାରିଖ ପବିତ୍ର ‘ଗୁରୁ ଦିବସ’ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଶିକ୍ଷକ ମାନଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୧ ସମ୍ମାନରେ ରେ ସମ୍ମାନିତ କରିବେ l ଚୟନ ହୋଇଥିବା ୪୪ଜଣ ଶିକ୍ଷକ /ଶିକ୍ଷୟତ୍ରୀ ମାନଙ୍କୁ ମେଡାଲ, ସାଟିଫିକେଟ ସହିତ 25 ହଜାର ଟଙ୍କା ନଗଦ ରାଶି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି l ଜାତୀୟ ପୁରସ୍କାର ପାଇଁ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚୟନ ହୋଇଥିବା ଗଞ୍ଜାମ ଜିଲ୍ଲା ର କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସେଠୀଙ୍କ ନାମ ଏହି ତାଲିକାରେ ରହିଥିବା ରୁ ସେ ପୂର୍ବରୁ ଖୁସିର ଜାହିର କରିବା ସହ ତାଙ୍କୁ ଏହି ସଫଳତା ପାଇଁ ବିଦ୍ୟାଳୟର ସହକାରୀ ଶିକ୍ଷକ, ଅଭିଭାବକ, କଣମଣା ସରପଞ୍ଚ ଏସ୍.ଚକ୍ରପାଣି ରେଡ୍ଡୀ, ଛତ୍ରପୁର ବିଇଓ ଅବିନାଶ ଶତପଥି, ଗଞ୍ଜାମ ଜିଲ୍ଲା ଡିପିସି ବନୀତା ସେନାପତି, ଡିଇଓ ଅମୂଲ୍ୟ କୁମାର ପ୍ରଧାନ ଓ ଉଚ୍ଚ ଶିକ୍ଷା ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡଃ ସନାତନ ପଣ୍ଡା, ଛତ୍ରପୁର ସ୍ୱାଭିମାନ ସ୍ବେଛାସେବୀ ସଂଗଠନ ର ସଭାପତି ପ୍ରଶାନ୍ତ କୁମାର ମହାରଣା, ଋଷିକୂଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକଏବଂ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବହୁ ବୁଦ୍ଧିଜୀବୀ ମାନେ ଶୁଭେଚ୍ଛା ଜଣାଇଥିଲେ । ଆଜି ଖୋଦ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଟୁଇଟ କରି ଶୁଭେଚ୍ଛା ଜଣାଇଥିବାରୁ ଶ୍ରୀ ସେଠି ବହୁତ ଖୁସି ଅନୁଭବ କରିଛନ୍ତି l


