ଜାତୀୟ ପେନ୍ସନର ଦିବସ ପାଳନ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଅବସର ପ୍ରାପ୍ତ କର୍ମଚାରୀ ମହାସଂଘ, ଗଂଜାମ ଜିଲ୍ଲା କମିଟି ଜାତୀୟ ପେନସନର ଦିବସ ପାଳନ କରାଛି। ପାଳନ ଅବସରରେ ଗଂଜାମ ଜିଲ୍ଲା କନିଟି ଏକ ସାଧାରଣ ସଭା ସଭାପତି ଡି.ମୋହନ ରାଓଙ୍କ ଅଧ୍ୟକ୍ଷତାରେ ସହୀଦ ଲକ୍ଷ୍ମୀଣ ନାୟକ କମ୍ୟୁନିଟି ହଲରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟବକ୍ତା କେ. ନନ୍ଦେଷୁ ସେନାପତି ବକ୍ତବ୍ୟରଖି କହିଥିଲେଯେ ପ୍ରତି ବର୍ଷ ଡିସମ୍ବର ମାସ ୧୭ ତାରିଖ ପେନ୍ସନର ମାନଙ୍କପାଇଁ ଏକ ଖୁସିର ଦିନ । ୧୯୮୨ ମସିହା ଡିସେମ୍ବର ୧୭ ତାରିଖ ଦିନ ଭାରତର ଉଚ୍ଚତମ ନ୍ୟାୟାଳୟର ତତ୍କାଳୀନ ପ୍ରଧାନ ବିଚାରପତି ମାନ୍ୟବର Y. V.,ଚନ୍ଦ୍ରଚୁଡ଼ ପେନସନ ସମ୍ୱନ୍ଧୀୟ ଏକ କେଶର ବିଚାରଣା କରି ଐତିହାସିକ ରାୟ ଦେଇ ଉଲ୍ଲେଖ କରିଥିଲେ ଯେ “ପେନସନ ନିଯୁକ୍ତିଦାତାର ଅନୁଗ୍ରହରୁ କିମ୍ବା ଦୟାରୁ କିମ୍ବା ମଧୁର ଇଛାରୁ ନୁହଁ ବରଂ ଏହା ଅତୀତ ସେବାଗୁଡିକର ଦେୟ ଅଟେ। ଏହା ଏକ ସାମାଜିକ କଲ୍ୟାଣ ମୂଳକ ପଦକ୍ଷେପ ଯାହା ସାମାଜିକ ନ୍ୟାୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଯେଉଁମାନଙ୍କ ପାଇଁ କର୍ମଚାରୀମାନେ ସେମାନଙ୍କ ଜୀବନରେ ନିରନ୍ତର ପରିଶ୍ରମ କରିଛନ୍ତି ସେମାନଙ୍କ ବୃଦ୍ଧାବସ୍ତାରେ ସେମାନେ ବଂଚିତ ହେବେ ନାହିଁ।”ଠିକ ପରବର୍ତ୍ତି ବର୍ଷ ଅର୍ଥାତ ୧୯୮୩ ମସିହା ଠାରୁ ପ୍ରତିବର୍ଷ ଡିସେମ୍ବର ୧୭ ତାରିଖଟିକୁ ପେନସନର ଦିବସ ରୂପେ ପାଳନ କରାଯାଉଛି।ଏହି ଦିବସଟି ପେନ୍ସନର ମାନଙ୍କୁ ସୁଚାଇଦିଏ ପୂର୍ବସୂରୀଙ୍କ ସଂଗ୍ରାମର ବାର୍ତା। କିନ୍ତୁ ଦୁଃଖର କଥା ତତ୍କାଳୀନ ଏନ.ଡି..ଏ ସରକାର ୧.୪.୨୦୦୪ ଠାରୁ ନୂତନ ପେନସନ କାର୍ଯ୍ୟକାରୀ କରି କର୍ମଚାରୀଙ୍କ ସ୍ୱପ୍ନକୁ ଧୁଳିସାତ କରିଛନ୍ତି । ତା ୧୮.୧୨.୨୦୨୩ ତାରିଖରେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀଙ୍କୁ ୯ ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ଦଆକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ମାଧ୍ୟମରେ ଦେବାପାଇଁ ସୁଚାଇଥିଲେ ଓ ସଂଗ୍ରାମ ବିନା କିଛି ଦାବୀ ହାସଲ ହୁଏନାହିଁ ବୋଲି କହିଥିଲେ।ବିଦ୍ୟୁତବିଭାଗର ପେନ୍ସନର କମିଟିର ନେତା ପଞ୍ଚାନନ ଜେନା, ସେଫଳି ଦାସ, ପ୍ରଦୀପ କୁମାର ଦାସ, ନିରାକାର ସାବତ , ବଂଶୀଧର ପଣ୍ଡା, ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହିକାର୍ଯ୍ୟକ୍ରମରେ ଏମ. ନରସିଂହା, ଦି.ଗୁରୁମୂର୍ତୀ ପାତ୍ର,ଏନ.ପ୍ରକାଶ ପାତ୍ର କେଶବ ଚନ୍ଦ୍ର ଗୌଡ଼ H. ତୁମ୍ବେଶ୍ୱର ରେଡ୍ଡୀ ,ପରମାନନ୍ଦ ପତ୍ର, ଡି.ସୁଦର୍ଶନ ରାଓ , ରଙ୍ଗ ରାଓ , ବସନ୍ତ ପାତ୍ର, ବିଜୟ ଚନ୍ଦ୍ର ଚୌଧୁରୀ, ଉଦୟ ନାଥ ଚୌଧୁରୀ, କୈଳାଶ ପାତ୍ର ,ଶ୍ରୀକାନ୍ତ ମିଶ୍ର,ଦଣ୍ଡପାଣି ସାବତ ଆଦି ୬୦ ରୁ ଉର୍ଦ୍ଧ ପେନ୍ସନର ଯୋଗଦେଇ ଥିଲେ। ସମ୍ପାଦକ ନୀଳାଞ୍ଚଳ ମିଶ୍ର ଧନ୍ୟବାଦ ଦେଇଥିଲେ।


