ଜାତୀୟ ପୋଲିଓ ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-ଭାରତଏକ ପୋଲିଓ ମୁକ୍ତ ଦେଶ ହେଇଥିଲେ ବି ଏହା ପୁଣି ବ୍ୟାପିବାର ସମ୍ଭାବନାକୁଏଡାଇ ଦିଆଯାଇନପାରେ। ଏହି ପରିପ୍ରେକ୍ଷୀରେ ସାରା ଦେଶ ତଥା ଆମ କନ୍ଧମାଳ ଜିଲ୍ଳା ରେ ବି ଆସନ୍ତା ୨୭ ତାରିଖ ରବିବାର ଦିନ ଜାତୀୟ ପୋଲିଓ ଦିବସ ପାଳନ ହେବ। ଏ ନେଇ କନ୍ଧମାଳ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଏକ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହେଇଥିଲା । ଜିଲ୍ଳା ରେ ମୋଟ ୮୫,୫୧୧ ଜଣ ୦-୫ ବର୍ଷ ଶିଶୁ ଙ୍କୁ ଦୁଇ ବୁନ୍ଦା ପୋଲିଓ ଟିକା ଖୁଆଇବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ,ଏଥି ପାଇଁ ସାରା ଜିଲ୍ଲା ରେ ୩୫୪ ଟି ବୁଥ ର ବ୍ୟବସ୍ଥା କରା ଯାଇଛି। ଏତଦ୍ ବ୍ୟତୀତ, ୩୪ ଟି ଭ୍ରାମ୍ୟମାଣ ଟିମ୍, ବିଭିନ୍ନ ମେଳା, ହାଟ, ବସଷ୍ଟାଣ୍ଡ ଇତ୍ୟାଦି ରେ ମୁତୟନ ହେବେ ତଥା ୨୩ ଟି ଭ୍ରାମ୍ୟମାଣ ଯାନ ବିଭିନ୍ନ ଅପହଞ୍ଚ ଅଞ୍ଚଳରେ ଏହି ଟୀକାଦାନ କାର୍ଯ୍ୟ କରିବେ l ସେହିପରି ଆଗାମୀ ଦୁଇ ଦିନ ଯଥା ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୧ ତାରିଖ ଦିନ ଘରକୁ ଘର ବୁଲି ତଦାରଖ କରାଯିବ ଓ ବାକି ରହିଯାଇଥିବା ଶିଶୁ ଙ୍କୁ ଟୀକା ଦିଆଯିବ। ଏଥିପାଇଁ ୧୪୧୬ ଜଣ କର୍ମୀ ଙ୍କୁ ନିଯୁକ୍ତ କରାଯାଇଛି। ଏଣୁ ନିଜ ସନ୍ତାନ ର ସୁରକ୍ଷା ପାଇଁ ସମସ୍ତ ୦-୫ ବର୍ଷ ଶିଶୁ ଙ୍କୁ ଏହି ରବିବାର ଦିନ ନିକଟସ୍ଥ ଟୀକା କରଣ କେନ୍ଦ୍ର ରେ ପୋଲିଓ ନିଶ୍ଚୟ ଖୁଆଇବା ପାଇଁ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ, କନ୍ଧମାଳ ପକ୍ଷରୁ ପରାମର୍ଶ ଦିଆଯାଇଛି l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ