ଜାତୀୟ ପୋଷଣ ସପ୍ତାହ ଦିବସ ପାଳିତ

ଗଞ୍ଜାମ,(ୱାଇଏନ୍ଏସ୍): ଗଞ୍ଜାମ ସହର ସ୍ଥିତ ଭରତୀ ଵିଦ୍ୟାପୀଠ ପରିସରରେ ଜାତୀୟ ପୋଷଣ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ବ୍ଲକ ସମ୍ମନିତ ଶିଶୁବିକାଶ ଯୋଜନା ପକ୍ଷରୁ , ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜତୀୟ ପୋଷଣ ଦିବସ ପାଳିତ ହୋଇଯାଇଛି । ଗଞ୍ଜାମ ସି.ଡି.ପି.ଓ ସଲିଳ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଗଂଜାମ ଏନ.ଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ,  ଗଞ୍ଜାମ ଆରଆଇ ଏନ.ରବିପ୍ରଧାନ ଯୋଗଦେଇ ପୋଷଣ ସମ୍ବନ୍ଧୀୟ ପୃଷ୍ଟିକର ଖାଦ୍ୟ ପଦାର୍ଥରୁ ପୌଷ୍ଟିକ ମୂଲ୍ୟଯୁକ୍ତ ବିଭିନ୍ନ ବ୍ୟଞ୍ଜନ ଉପରେ ଆଲୋକପାତ କରିଥିଲେ । ତତସହିତ ମାତୃ ଗର୍ଭରେ ଶିଶୁର ଭୃଣ ସଞ୍ଚାର ହେବା ଦିନ ଠାରୁ ଜନ୍ମ ର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଉପଯୁକ୍ତ ଯତ୍ନର ଆବଶ୍ୟକ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହାର ସଫଳ ରୂପାୟନ ପାଇଁ ତୃମୁଳ ସ୍ତରରେ କାର୍ଯ୍ୟରତ ଅଙ୍ଗନବାଡି ଦିଦିଙ୍କ ଗୁରୁ ଦାୟିତ୍ୱ ରହିଛି ବୋଲି ଅତିଥି ମାନେ କହିଥିଲେ । ଏହି ଅବସରେ ଶିଶୁ ଓ ମା ମାନଙ୍କ ଉତ୍ତମ ପୃଷ୍ଟିକର ଖାଦ୍ୟର ଆବଶ୍ୟକତାକୁ ଲକ୍ଷ୍ୟରଖି ଆୟୋଜିତ ପୋଷଣ ଖାଦ୍ୟର ପ୍ରଦର୍ଶନିକୁ ଅତିଥି ମାନେ ବୁଲି ଦେଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁପରଭାଇଜର ରାଜେଶ୍ୱରୀ ବେହେରା, ସୁମିତା ଦାସ,କଳାବତୀ ବେହେରା, ଭରତୀ ବ୍ରହ୍ମା ,ମିଶନଶକ୍ତି ବିପିନ ଚନ୍ଦନ ପାଢ଼ୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଅଙ୍ଗାନାବାଡି ଦିଦି ମାନେ ଉପସ୍ଥିତ ଥିଲେ । ଅନ୍ୟପଟେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସି.ଡି.ପି.ଓ ଙ୍କ ତତ୍ତ୍ୱାବଧାନରେ ପ୍ରତ୍ୟେକ ଦିନ କାର୍ଯ୍ୟସୁଚି ଅନୁଯାୟୀ ବ୍ଲକ ଓ ଏନ.ଏସି ର ସମସ୍ତ ଅଙ୍ଗନାବାଡି କେନ୍ଦ୍ରରେ ପୋଷଣ ମାସ, ହାତଧୁଆ , କୋଭିଡ଼ି ସଚେତନତା ଶୋଭାଯାତ୍ରା, ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ