ଜାତୀୟ ପ୍ରେସ ଦିବସରେ ଉପ କାରାଗାର ପରିସରରେ ସଫେଇ କାର୍ଯ୍ୟକ୍ରମ
କୋଦଳା,(ବାପୁନି କୁମାର ମାଲୁ):ଗଞ୍ଜାମ ଜିଲ୍ଲା କୋଦଳା ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ପ୍ରଗତି ସାମ୍ବାଦିକ ସଂଘ କୋଦଳା ଅଞ୍ଚଳ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ଅବସରରେ ସ୍ବଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୋଦଳା ଉପ କାରାଗାର ପରିସରକୁ ସଫେଇ କରିଥିଲେ ବହୁ ସାମ୍ବାଦିକ ।ସ୍ବଛତା ହିଁ ସେବା ଆଧାରରେ କାରାଗାର ଚତୁପାର୍ଶ୍ୱ ଓ ମୁଖ୍ୟ ରାସ୍ତାରେ ସଫେଇ କରାଯାଇଥିଲା।କୋଦଳା ଉପ କାରାଗାର ଅଧୀକ୍ଷକ ତାରିଣୀ ସେନ୍ ଦେଉରୀ ଏଥିରେ ସହଯୋଗ କରିବା ସହ ସାମ୍ବାଦିକ ମାନଙ୍କୁ ଉତ୍ସାହିତ କରିଥିଲେ। ସଂଘର ସଭାପତି ବିଜୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକ, ଗଣେଶ ଡାକୁଆ, କୃଷ୍ଣ ଚନ୍ଦ୍ର ପଲେଇ, ଟୁକୁନା ପ୍ରଧାନ, ବାପୁନି କୁମାର ମାଲୁ, ରାଘବ ବିଷୋୟୀ, ଉମାକାନ୍ତ ମହାରଣା, ଗୁଲସନ୍ କୁମାର କର, ଶିବରାମ ମାଝୀ, ଶାନ୍ତନୁ ପ୍ରଧାନ, ବାଦଲ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସଫେଇ କରିଥିଲେ। ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ସଂଘର କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରାଯିବା ସହ ଜାତୀୟ ସାମ୍ବାଦିକ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋଚନା ହୋଇଥିଲା। ସାମ୍ବାଦିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ସ୍ବତନ୍ତ୍ର ଆଇନ ଆଣିବା ଆବଶ୍ୟକ ଏବଂ ସାମ୍ବାଦିକ ମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଯୋଜନା କରାଯିବା ଆବଶ୍ୟକ ବୋଲି ମତ ଦେଇଥିଲେ ସାମ୍ବାଦିକ। ଖବର ପ୍ରସାରଣ କ୍ଷେତ୍ରରେ ସବୁ କିଛି ବିଶ୍ଲେଷଣ କରି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିବା ପୂର୍ବରୁ ପ୍ରକୃତ ସତ୍ୟାସତ୍ୟ ଅନୁସନ୍ଧାନ କରି ତାହାକୁ ପ୍ରକାଶନ କରିବା ନିମନ୍ତେ ସମସ୍ତ ସାମ୍ବାଦିକ ମାନଙ୍କୁ ଆହ୍ବାନ ଦିଆଯାଇଥିଲା।