ଜାତୀୟ ପ୍ରେସ ଦିବସରେ ଗଣମାଧ୍ୟମକୁ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି ଭାରତର ଗଣମାଧ୍ୟମ ପରିବାରକୁ ଜାତୀୟ ପ୍ରେସ ଦିବସ ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ‘‘ସରକାର ନାଗରିକ କୈନ୍ଦ୍ରିକ ଯୋଗାଯୋଗ ଉପରେ ଧ୍ୟାନ ପ୍ରଦାନ କରୁଛନ୍ତି ଯେପରି ସେମାନେ ବୁଝୁଥିବା ଭାଷାରେ ଓ ଉପଲବ୍ଧ ଥିବା ପ୍ଲାଟଫର୍ମରେ ଏହାକୁ ସହଜରେ ପାଇ ପାରିବେ –ଏହା ଟିଭି ନ୍ୟୁଜ, ରେଡିଓ, ସୋସିଆଲ୍ ମିଡିଆ ବା ଅନଲାଇନ୍ ଡିଜିଟାଲ୍ ମିଡିଆ ହୋଇପାରେ। ସେ ପୁନଶ୍ଚ କହିଛନ୍ତି ଯେ, ଭାରତର ନାଗରିକମାନଙ୍କର ସମସ୍ୟାକୁ ସାମନାକୁ ଆଣିବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ। ଗଣମାଧ୍ୟମ ହେଉଛନ୍ତି ଜାଗ୍ରତ ପ୍ରହରୀ ଓ ଭାରତ ପରି ଏକ ବିଶାଳ ଗଣତନ୍ତ୍ରରେ ଏହାର ଏକ ପମ୍ରୁଖ ଭୂମିକା ରହିଛି। ଏହି ଅବସରରେ ଠାକୁର ମିଥ୍ୟା ଖବର ବିପକ୍ଷରେ ସଂଗ୍ରାମ କରିବା ପାଇଁ ଆହ୍ବାନ କରିଛନ୍ତି। ‘‘ଆଜି ମୁଁ ମୋର ଗଣମାଧ୍ୟମ ବନ୍ଧୁମାନଙ୍କୁ ମିଥ୍ୟା ଖବର ଓ ମିଥ୍ୟା କାହାଣୀ ପ୍ରତି ସଚେତନ ରହିବା ଦିଗରେ ଆହ୍ବାନ କରୁଛି। ଭାରତ ସରକାର ଏହି ପରିପ୍ରେକ୍ଷୀରେ ପିଆଇବି ରେ ଏକ ତଥ୍ୟ ଯାଞ୍ଚ ୟୁନିଟ୍ ସ୍ଥାପନା କରିଛନ୍ତି ଯାହାକି ଲୋକପ୍ରିୟତା ହାସଲ କରିଛି। ଏକ ନୂତନ ଭାରତ ଗଠନ ଦିଗରେ ସେ ସମସ୍ତ ଗଣମାଧ୍ୟମକୁ ଆମନ୍ତ୍ରିତ କରିଛନ୍ତି ଓ କହିଛନ୍ତି ଯେ ‘‘ଆମେ ଭାରତର ୭୫ତମ ସ୍ବାଧୀନତା ଦିବସ ପାଳନ କରିବା ଅବସରରେ ଆଗାମୀ ୨୫ ବର୍ଷ ପାଇଁ ଲକ୍ଷ୍ୟ ସ୍ଥାପନ କରିବା ଆବଶ୍ୟକ ଆସନ୍ତୁ ମିଳିମିଶି କାମ କରିବା ଓ ପ୍ରତି ଭାରତୀୟଙ୍କ ସ୍ୱପ୍ନକୁ ସାକାର କରିବା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ