ଜାତୀୟ ପ୍ରେସ ଦିବସ ପାଳିତ:୧୦ ପ୍ରତିଭା ସମ୍ବୋଧିତ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍): ସୋମବାର ଜାତୀୟ ପ୍ରେସ ଦିବସ ଅବସରରେ ପାନ୍ଥନିବାସ ଅଡ଼ିଟୋରିୟମ ହଲରେ ଓଡ଼ିଶା କର୍ମଜୀବି ମହାସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । କୋଭିଡ଼ -୧୯ ଗାଇଡ଼ଲାଇନ ପାଳନ ପୂର୍ବକ ଆୟୋଜିତ ସଭାରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସାମ୍ବାଦିକତା ଏବଂ ସମ୍ବାଦପତ୍ରର ସ୍ଥିତି ପରିକ୍ଷିଥିଲେ । ଏଣୁ ମାନବ ସମାଜର ମଙ୍ଗଳ ଉପରେ ସାମ୍ବାଦିକମାନେ ଖବର ଛାପିବା ନେଇ ମତ ରଖିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଯୋଗ ଦେଇ ସାମ୍ବାଦିକମାନେ ଭଲ ଖବର ପ୍ରକାଶ କରିବାକୁ ଚେଷ୍ଟା କରିବାରେ ପାଠଟି ପାଠକ ପାଠିକାଙ୍କ ଆଦୃତ ନିଶ୍ଚିତ ଭାବେ ଲାଭ କରିପାରିବ । ଯାହା ଗୋଟିଏ ପଜେଟିଭ ଖବରରେ ଥାଏବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସାହିତ୍ୟକ ରମେଶ ଚନ୍ଦ୍ର ପ୍ରଧାନ, ସମାଜସେବୀ ଭୀଷ୍ମ ନାରାୟଣ ନାୟକ, ଅରୁଣ କୁମାର ଗାଙ୍ଗୁଲି, ଦିନବନ୍ଧୁ ଦାସ, ବନ୍ଦନା ପଣ୍ଡା, ବିଷ୍ଣୁ ନାରାୟଣ ନାୟକ, ସାମ୍ବାଦିକ ବୁଧନାଥ ସ୍ୱାଇଁ, ଶିକ୍ଷାବିତ୍ ଚୈତନ୍ୟ ନାଳୀ, ଶରତ ଜୟସିଂହ, ଆଡ଼ଭୋକେଟ ଏସ.କେ ଆଲାମ ପ୍ରମୁଖ ୧୦ଜଣ ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଥିଲା । ଆୟୋଜକ ସଂଘ ସଭାପତି ତଥା ଦି ପାଓନିୟର ବରିଷ୍ଠ ସାମ୍ବାଦିକ ସୁଜ୍ଞାନ ଚୌଧୁରୀ ସଭାପତିତ୍ୱ କରିଥିଲେ । ସଂଘ ରାଜ୍ୟ ଉପ ସଭାପତି ଆଶୁତୋଷ ରଥ ଧନ୍ୟବାଦ୍ ଅର୍ପଣ କରିଥିଲେ । କୋଷାଧକ୍ଷ ଶ୍ୟାମ ସୁନ୍ଦର ରାଉତ ଏବଂ ଦୀପକ କୁମାର ପୃଷ୍ଟିଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ସଭା ପରିଚାଳନାରେ ସହଯୋଗ କରିଥିଲେ ।ସ୍ଥାନୀୟ ପାନ୍ଥ ନିବାସ ପରିସରରେ ଜାତୀୟ ପ୍ରେସ ଦିବସ କୋଭିଡ଼ – ୧୯ ନିୟମାନୁସାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୁଖ୍ୟବକ୍ତା ଭାବେ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏବଂ ସମ୍ମାନୀତ ଅତିଥିଭାବେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇଥିଲେ । ରାଜ୍ୟ କର୍ମଜୀବି ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ସଂଘ ସଭାପତି ସୁଜ୍ଞାନ ଚୌଧୁରୀ ପୌରହିତ୍ୟ କରିଥିଲେ । ସାମାଜ ସେବୀ ଅରୁଣ କୁମାର ଗାଙ୍ଗୁଲୀ, ଭୀଷ୍ମନାରାୟଣ ନାୟକ, ସମାଜସେବୀ ତଥା ସାମ୍ବାଦିକ ବୁଦ୍ଧନାଥ ସ୍ୱାଇଁ ପ୍ରମୁଖ ୧୦ଜଣ ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ