ଜାତୀୟ ପ୍ରେସ ଦିବସ ପାଳିତ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଜାତୀୟ ପ୍ରେସ ଦିବସ।ସମାଜର ବିକାଶ ରେ ଗଣମାଧ୍ୟମ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।୧୯୬୬ ମସିହା ଜୁଲାଇ ୪ରେ ପ୍ରଥମ କରି ଭାରତରେ ପ୍ରେସ ପରିଷଦ ଗଠିତ ହୋଇଥିଲା ।ସେହିବର୍ଷ ନଭେମ୍ବର ୧୬ରୁ ପ୍ରେସ ପରିଷଦ ବିଧିବଦ୍ଧ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲା ।ସେହି ଦିନକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଉଛି ।ପ୍ରତ୍ୟେକ ସଦସ୍ୟ ନିରପେକ୍ଷ ଓ ନିର୍ଭୀକତା ସହିତ ରାଜନୀତିରୁ ଉର୍ଦ୍ଧ୍ଵ ରେ ରହି ଖବର ପରିବେଶ ଉପରେ ଗୁରୁତ୍ବ ଦେବାକୁ ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଚାରିଛକ ପ୍ରେସ କ୍ଲବ ପକ୍ଷରୁ ନିକଟସ୍ଥ ଏକାନ୍ତ ଆଶ୍ରମ ଠାରେ ଅନୁଷ୍ଠିତ ସମାବେଶ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ।କ୍ଲବ୍ ର ସଭାପତି ପ୍ରଫୁଲ୍ଲ କୁମାର କର ଙ୍କ ସଭାପତିତ୍ବରେ ଆୟୋଜିତ ଏହି ପ୍ରେସ ଦିବସରେ ସମସ୍ତ ସଭ୍ୟ ଓ ଉପଦେଷ୍ଟା ମଣ୍ଡଳୀ ଯୋଗ ଦେଇଥିଲେ ।ଖବର ପରିବେଷଣ ସମୟରେ ସୃଷ୍ଟି ହେଉଥିବା ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତି କୁ ସାମ୍ନା କରିବା ସହ ସୁରକ୍ଷା କୁ ପ୍ରଥମେ ଦୃଷ୍ଟି ଦେବା ଉଚିତ ।ଏଥିସହ ସଦସ୍ୟ ଙ୍କ ସୁବିଧା ଅସୁବିଧା ସମୟରେ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଏକ ହୋଇ କାର୍ଯ୍ୟ କରିବା ଉଚିତ ବୋଲି ସମ୍ପାଦକ ବସନ୍ତ ଦାସ ମତ ରଖିଥିଲେ । ସରକାର ତୁରନ୍ତ ସାମ୍ୱାଦିକ ସୁରକ୍ଷା ଆଇନ ପ୍ରଣୟନ ସାଙ୍ଗକୁ ବୟୋଜ୍ୟେଷ୍ଠ ସାମ୍ୱାଦିକ ମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ଏକ ଦାବି ପତ୍ର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଥିଲା ।


