ଜାତୀୟ ବିଜ୍ଞାନ ଦିବସ ଅବସରରେ ଶିକ୍ଷଣ ସାମଗ୍ରୀ କର୍ମଶାଳାର ଆୟୋଜନ
ମାଲକାନଗିରି , (ମନୋଜ କୁମାର ସାହା): ମାଲକାନଗିରି ବ୍ଲକ ଅନ୍ତର୍ଗତ ସିନ୍ଦ୍ରିମାଳ କ୍ଲଷ୍ଟର ସୋରିଷମାଳ ଆଶ୍ରମ ବିଦ୍ୟାଳୟ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୋରାଗୁଡା ଠାରେ ଦୁଇ ଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ର ଆୟୋଜନ କରାଯାଇଛି l ସି.ଆର.ସି.ସି ଶ୍ରୀମତି ଚିନ୍ମୟୀ ପଣ୍ଡା ଙ୍କ ତତ୍ୱାବଧାନରେ ଏହି କର୍ମଶାଳା ଆୟୋଜିତ କରାଯାଇଥିଲା l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କାଶୀବିଶ୍ୱନାଥ ସୁନାମୁଦୀ ଅତିଥି ରୂପେ ଯୋଗ ଦେଇ ସ୍ୱଳ୍ପ ମୂଲ୍ୟରେ କିପରି ଟି.ଏଲ.ଏମ ର ବ୍ୟବହାର କରି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରାଯାଇପାରିବ ସେ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ବ୍ୟତୀତ ଏହି ପଞ୍ଚାୟତ ର ୧୫ଟି ବିଦ୍ୟାଳୟ ରୁ ପ୍ରଥମ ଦିନ ୧୦ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ଯଥା କୁଞ୍ଜଲତା ସାମଲ, ଗଣେଶ ପାତ୍ର, ଶୁଭେନ୍ଦୁ ପରିଡା, ଭାରତୀ ବୈଦ୍ୟ,ଜ୍ୟୋତି ଝରା ପାତ୍ର, ଶୁଭସ୍ମିତା କର, ଦେବାଶିଷ ମହନ୍ତ, ସ୍ତୁତିପ୍ରଜ୍ଞା ନାୟକ, ମନ ମାଡକାମୀ, ସୁମିତ୍ରା କୁମାରୀ ଚର୍ଚ୍ଚି, ସେହି ପରି ଦ୍ୱିତୀୟ ଦିବସ ତା ୧/୦୩/୨୦୨୫ରିଖ ଅନ୍ୟ ୧୦ ଶିକ୍ଷକ /ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ଯଥା ଚନ୍ଦରକାନ୍ତି ମହାନ୍ତି, ସନ୍ଦ୍ୟରାଣୀ ହନ୍ତାଳା, ସୁଲଚନା ଦାଶ, ରଶ୍ମିତା ବାଡତିଆ, ସୁବ୍ରତ ବେହେରା, ରବିନ୍ଦ କୁମାର ମଣ୍ଡଳ, ବାସନ୍ତୀ ପଟ୍ଟଲା, ଉମେଶ ସାଗରିଆ,ସଂଯୁକ୍ତା ହନ୍ତାଳ, ଅଭିରାମ ପଡିଆମୀ,ଶେଷରେ ବିଦ୍ୟାଳୟ ର ଶିକ୍ଷୟତ୍ରୀ କୁମୁଦିନୀ ଧଲ ଓ ସପନ କୁମାର ମଣ୍ଡଳ ଧନ୍ୟବାଦ ଅର୍ପଣ କରି ସଭାସଙ୍ଗ ଘୋଷଣା କରିଥିଲେ ।