ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ବିଜ୍ଞାନ ମେଳା ଅନୁଷ୍ଠିତ
ଭୁବନେଶ୍ବର, (ଯୁଗାବ୍ଦ ନ୍ୟୁଜ):ଭାରତରତ୍ନ ତଥା ନୋବେଲ ପୁରସ୍କାର ବିଜେତା ସାର୍ ସି ଭି ରମଣଙ୍କ ରମଣ ପ୍ରଭାବ ଆବିଷ୍କାରକୁ ସ୍ମରଣୀୟ କରିବା ସହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଏ l ଏହି ଉପଲକ୍ଷେ ଭିଜନ ଏମ୍ପାୱାର୍
ଟ୍ରଷ୍ଟ ଏବଂ ଉତ୍କଳ ଦୃଷ୍ଟିହୀନ ସଂଘ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଏକ ବିଜ୍ଞାନ ସପ୍ତାହ ପାଳନ କରାଯାଇଛି l ଯେଉଁଥିରେ ଦୃଷ୍ଟିହୀନ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ବିଜ୍ଞାନ ସମ୍ବନ୍ଧୀୟ ପ୍ରକଳ୍ପ ଉପସ୍ଥାପନ କରାଯାଇଥିଲା l ଏଥିସହିତ ସ୍ୱତନ୍ତ୍ର ଭାବେ ଡିପ୍ଲୋମା ଛାତ୍ର ଛାତ୍ରୀମାନେ ମଧ୍ୟ ଅଂଶ ଗ୍ରହଣ କରି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ, ବିଜ୍ଞାନ ପ୍ରଶ୍ନମଞ୍ଚ ଏବଂ ପତ୍ର ବାଚନ କାର୍ଯ୍ୟକ୍ରମରେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଭିଜନ ଏମ୍ପାୱାର ଟ୍ରଷ୍ଟ ଏକ ଏନଜିଓ, ଯାହାକି ୨୦୧୭ ମସିହାରୁ ଦୃଷ୍ଟିହୀନ ଛାତ୍ରଛାତ୍ରୀମାନଙ୍କ ପାଇଁ ସାରା ଭାରତ ରେ ଏସଟିଏମ୍ ଶିକ୍ଷା ଉପରେ ଶିକ୍ଷକ ଏବଂ ଛାତ୍ର ଛାତ୍ରୀଙ୍କୁ ତାଲିମ୍ ପ୍ରଦାନ କରିଆସୁଛି। ଫେବୃୟାରୀ ୨୧-୨୮ ମଧ୍ୟରେ ଓଡ଼ିଶାର ୨୭ ଟି ଦୃଷ୍ଟିବାଧିତ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ଅବସରରେ ଭିଜନ ଏମ୍ପାୱାର ଟ୍ରଷ୍ଟ ଦ୍ଵାରା ବିଜ୍ଞାନ ମେଳାର ଆୟୋଜନ କରାଯିବ।