ଜାତୀୟ ବିଜୟ ଦିବସ

ବିପିନ ବିହାରୀ ମହାନ୍ତି
ଦେଶ ସ୍ୱାଧୀନ ହେଲା ବେଳେ ସମଗ୍ର ଭାରତକୁ ଦୁଇ ଭାଗ କରିଦିଆଗଲା । ଏମିତି ଧର୍ମ ବା ସଂପ୍ରଦାୟକୁ ଭିତ୍ତିକରି ହେଲା ହିନ୍ଦୁସ୍ଥାନ ବା ଭାରତ ଏବଂ ଅନ୍ୟଟି ମୁସଲମାନଙ୍କ ପାଇଁ ପାକିସ୍ଥାନ । ଏହା ପୁଣି ହେଲା ପଶ୍ଚିମ ପାକିସ୍ଥାନ ଓ ପୂର୍ବ ପାକିସ୍ଥାନ । ପୂର୍ବ ପାକିସ୍ଥାନରେ ପ୍ରାୟ ସମସ୍ତ ଅଧିବାସୀ ବଙ୍ଗଳା ଭାଷୀ ବା ବେଙ୍ଗଲୀ । ପାକିସ୍ଥାନର ମୁଖ୍ୟ କାର୍ଯ୍ୟାଳୟ, ସଂସଦ ଠାରୁ ଆରମ୍ଭ କରି ସବୁକିଛି, ପଶ୍ଚିମ ପାକିସ୍ଥାନରେ । ସେଇଠୁ ନିୟନ୍ତ୍ରଣ କରାଯାଏ ପୂର୍ବ ପାକିସ୍ଥାନକୁ । ତେବେ ପଶ୍ଚିମ ପାକିସ୍ଥାନୀଙ୍କର ପୂର୍ବ ପାକିସ୍ଥାନୀ ବଙ୍ଗାଳୀଙ୍କ ପ୍ରତି ଏକ ନ୍ୟୁନ ଭାବ ଥାଏ । ସେମାନେ ତାଙ୍କୁ ଦମିତ କରି ରଖିଥାନ୍ତି ।
୧୯୭୦ ପାକିସ୍ଥାନୀ ନିର୍ବାଚନରେ ମୁଜିବୁର ରହମାନଙ୍କ ନେତୃତ୍ୱରେ ଆଓ୍ୟାମୀ ଲିଗ୍ ପୂର୍ବ ପାକିସ୍ଥାନରେ ୧୬୯ଟି ଆସନରୁ ୧୬୭ଟି ଦଖଲ କଲେ । ଏବେ ପାକିସ୍ଥାନୀ ସଂସଦର ୩୧୩ ଆସନରୁ ଅର୍ଦ୍ଧାଧିକ ଆସନ ପାଇଲେ ଆଓ୍ୟାମୀଲିଗ୍ । ଏଣୁ ମୁଜିବୁର ରହମନ ପାକିସ୍ଥାନର ରାଷ୍ଟ୍ରପତିଙ୍କ ପାଖରେ ସରକାର ଗଠନ ପାଇଁ ଦାବୀ ଉପସ୍ଥାପନ କଲେ । ଏଥିକୁ ପାକସ୍ଥାନ ପିଉପ୍ଲିସ୍ ପାର୍ଟିର ଯୁଲିଫ୍‌କର ଅଲିଭୁଟୋ ନାପସନ୍ଦ କଲେ ଏବଂ ରାଷ୍ଟ୍ରପତି ୟାହିୟା ଖାଁଙ୍କୁ ପ୍ରବର୍ତ୍ତାଇ ପୂର୍ବ ପାକିସ୍ଥାନକୁ ଦବାଇବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନମାନ ଆରମ୍ଭ କରିଦେଲେ । ପୂର୍ବ ପାକିସ୍ଥାନର ସୈନ୍ୟ ଓ ପୋଲିସମାନଙ୍କୁ ନିରସ୍ତ୍ର କରାଇ ଦେଲେ । ଭିନ୍ନ ମତବାଦୀଙ୍କୁ ବନ୍ଦୀ କଲେ । ଏଣୁ ଚାଲିଲା ହରତାଳ ଏବଂ ଅସହଯୋଗ ଆନ୍ଦୋଳନ ।
ପାକିସ୍ଥାନୀ ସାମରିକ ବାହିନୀ ୨୫/୨୬ ମାର୍ଚ୍ଚ ୧୯୭୧ର ରାତିରେ ପୂର୍ବ ପାକିସ୍ଥାନରେ ପହଞ୍ôଚଗଲେ । ଆୱାମୀ ଲିଗକୁ ନିଷେଧ କରାଗଲା । ସେହି ରାତି ୧.୩୦କୁ ମୁଜିବୁର ରହମନକୁ ବନ୍ଦୀ କରାଗଲା ଏବଂ ତାଙ୍କୁ ନେଇ ପଶ୍ଚିମ ପାକିସ୍ଥାନରେ ରଖାଗଲା । ତାପରେ ଚାଲିଲା ଅପରେସନ ସର୍ଚ୍ଚ ଲାଇଟ୍ ଅର୍ଥାତ୍ ପୂର୍ବ ପାକିସ୍ଥାନର ବୃଦ୍ଧୀଜୀବୀଙ୍କୁ ହତ୍ୟା ।
୨୬ମାର୍ଚ୍ଚ ୧୯୭୧ ଦିନ, ଜିଆଉର ରହମାନ, ପାକିସ୍ଥାନୀ ସୈନ୍ୟର ଜଣେ ମେଜର ବଙ୍ଗଳା ଦେଶର ସ୍ୱାଧୀନତା ଘୋଷଣା କଲେ । ସେହିବର୍ଷ ଏପ୍ରିଲରେ ନିର୍ବାସିତ ଆଓ୍ୟାମୀ ଲିଗ୍ ନେତାମାନେ ନିର୍ବାସିତଙ୍କ ସରକାର ମେହେରପୁରର ବୈଦ୍ୟନାଥ ତାଲାଠାରେ ଗଠନ କଲେ । ପୂର୍ବ ପାକିସ୍ଥାନ ରାଇଫଲସ୍ ଏବଂ ସଂଗଠିତ ବେସାମରିକ ସୈନ୍ୟମାନେ ମିଶି ଗଠନ କଲେ ବଙ୍ଗଳାଦେଶ ଫୋର୍ସ ଯାହାର ନାମ ସେମାନେ ରଖିଲେ ‘ବଙ୍ଗଳାଦେଶ ମୁକ୍ତିବାହିନୀ’ ଯେଉଁଥିରେ ‘ନିୟମିତ ବାହିନୀ ଓ ଗରିଲା ବାହିନୀ’ ନାମରେ ଦୁଇ ସୈନ୍ୟବାହିନୀ ବିଭାଗ ଥିଲା । ଏହା କମାଣ୍ଡର -ଇନଚିଫ୍‌୍ (ସି.ଇନ୍‌.ସି.) ଜେନେରାଲ୍ ମହମ୍ମଦ ଘାନୀ ଓସମାନୀ ନେତୃତ୍ୱରେ ପରିଚାଳିତ ହେଲା ।
ପାକିସ୍ଥାନୀ ସୈନ୍ୟମାନେ ପୂର୍ବ ପାକିସ୍ଥାନରେ ବଙ୍ଗଳୀଙ୍କ ଉପରେ ଉପଯୁକ୍ତ ଗଣହତ୍ୟା ଆରମ୍ଭ କରିଦେଳେ, ବିଶେଷକରି ସଂଖ୍ୟା ଲଘୁ ହିନ୍ଦୁମାନଙ୍କ ଉପରେ । ଏମାନଙ୍କ ମଧ୍ୟରେ ପାଖାପାଖି ୧୦ ନିୟୁତ ହେବ ପ୍ରାଣ ଭୟରେ ଭାରତ ସୀମାନ୍ତରାଜ୍ୟ ପଶ୍ଚିମ ବଙ୍ଗ, ବିହାର, ଆସାମ, ମେଘାଳୟ ଏବଂ ତ୍ରିପୁରାରେ ଶରଣାର୍ଥୀଭାବେ ପ୍ରବେଶ କଲେ । ଏପ୍ରକାର ଶରଣାର୍ଥୀ ସମସ୍ୟା ଭାରତର ଅର୍ଥନୀତି ଉପରେ ଭୟଙ୍କର ଚାପ ପକାଇଲା ।
‘ନରସଂହାର ନୀତି’ କାରଣକୁ ଜେନେରାଲ ଟିକ୍କା ଖାଁଙ୍କୁ “ବଙ୍ଗାଳୀଙ୍କ କଂସାଇ’ ବେ ାଲି ଲୋକେ କହିଳେ । ସେ ମଧ୍ୟ ତାଙ୍କର ଏନୀତି ପାଇଁ ତାଙ୍କୁ ଆଗରୁ ‘ବେଲୁଚିସ୍ଥାନ କଂସେଇ’ ବୋଲି ନାମିତ କରାଯାଇଥିଲା । ପାକିସ୍ଥାନର ସର୍ବୋଚ୍ଚ ଜେନେରାଲ୍ ନିଆଜୀ ତାଙ୍କୁ ଏପରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିକୁ ସେ ଟୀକ୍କା ଦିଅନ୍ତିି ଯେ ସେଦିନର ଶାନ୍ତି ପୂର୍ଣ୍ଣରାତିଟି ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇଗଲା ଯନ୍ତ୍ରଣା ଓ କାନ୍ଦଣା ଜନିତ ଚିତ୍‌କାର ଓ ପୋଡ଼ାଜଳାରେ । ଜେନେରାଲ୍ ଟିକ୍କା ଏମିତି ନିଷ୍ଠୁର ଏବଂ ହୃଦ୍ ବିଦାରକ ନର ସଂହାର ଲୀଳା ଚଳାଇଥିଲେ ଯେ ଯାହାକି ଚେଙ୍ଗିଜ୍‌ଖାଁଙ୍କ ବୁଖାରା ଓ ବାଗଦାଦ୍ ଗଣ ସଂହାର ଠାରୁ ବଳାଇଗଲା ବାହାଲକୁ ଖାଁଙ୍କ ଠାରୁ ମଧ୍ୟ ଅଧିକଥିଲା । ସେ ତାଙ୍କ ଗଣସଂହାରରେ ବେସାମରିକ ଲୋକଙ୍କୁ ବି ବାଦ୍ ଦେଇନାହାଁନ୍ତି । ସେ ତାଙ୍କ ସୈନ୍ୟବାହିନୀଙ୍କୁ ନିର୍ଦ୍ଦେଶ ଦେଇଥିଲେ, ‘ମୋର ଏଠି ମଣିଷ ଦରକାର ନାହିଁ, ଏ ପୂର୍ବ ପାକିସ୍ଥାନର ଜମି ଦରକାର । ପୂର୍ବ ପାକିସ୍ଥାନରେ ସବୁଜ ଜମିକୁ ରକ୍ତରଂଜିତ କରିଦିଅ ।’ ସତରେ ଏହା ବଙ୍ଗାଳୀଙ୍କ ରକ୍ତରେ ରଂଜିତ ହୋଇଗଲା । ଆଉ ଅନ୍ୟାନ୍ୟ ଅମାନୁଷିକ ଅତ୍ୟାଚାର ଏବଂ ଅଭାବନୀୟ ଘଟଣା ନେଇ କ’ଣ ବା କହିବା!
ଭାରତ ସରକାର ଏ ନେଇ ଆନ୍ତର୍ଜାତିକ ସ୍ତରରେ ଅନ୍ୟାନ୍ୟ ରାଷ୍ଟ୍ରମାନଙ୍କର ଦୃଷ୍ଟି ଆକର୍ଷଣ କଲେ । ମାତ୍ର ଫଳ କିଛି ହେଲାନାହିଁ । ଏଣୁ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ, ଲୌହମାନବୀ ଇନ୍ଦିର ଗାନ୍ଧୀ ୨୭ମାର୍ଚ୍ଚ ୧୯୭୧ରେ ତାଙ୍କର ପୁରା ସମର୍ଥନ ଏବଂ ସାହାଯ୍ୟ ବଙ୍ଗଳାଦେଶର ସ୍ୱାଧୀନତା ପାଇଁ ଘୋଷଣା କରିଦେଲେ । ସେ ନିଷ୍ପତ୍ତି ନେଲେ ଯେ ଶରଣାର୍ଥୀଙ୍କ ଭାର ବୋହିବା ଅପେକ୍ଷା ସାମରିକ ହସ୍ତକ୍ଷେପ ମାଧ୍ୟମରେ ପଶ୍ଚିମ ପାକିସ୍ଥାନ ଗଣହତ୍ୟାକୁ ରୋକିବାକୁ ହେବ । ଏଥିପାଇଁ ଭାରତ ତରଫରୁ ମୁକ୍ତିବାହନୀ ସୈନ୍ୟମାନଙ୍କୁ ତାଲିମ ଦିଆଗଲା ଏବଂ ନିଜେ ଭାରତ ତାଙ୍କ ସହିତ ତାଙ୍କ ନିର୍ଦ୍ଦେଶରେ ନିର୍ବାସିତ ପୂର୍ବ ପାକସ୍ଥାନୀ ସୈନ୍ୟ ଓ ସଂଗଠିତ ସୈନ୍ୟକୁ ଏକାଠି କରି ମୁକ୍ତିବାହିନୀ ସୈନ୍ୟ ଗଠନ ହେଲା ଏବଂ ଯୁଦ୍ଧ ସେମାନଙ୍କୁ ଗରିଲା ଯୁଦ୍ଧ ତାଲିମ ଦିଆଗଲା । ଏହାପରେ ମୁକ୍ତି ବାହିନୀ ଓ ଭାରତୀୟ ସୈନ୍ୟବାହିନୀ ମିଶି ପ୍ରସ୍ତୁତ ରହିଲେ ।
ଏସବୁ ଦେଖି ପଶ୍ଚିମ ପାକିସ୍ଥାନ ପୂର୍ବ ପାକିସ୍ଥାନ ଓ ଭାରତ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ବାହାରିପଡ଼ିଲା । ପଶ୍ଚିମ ପାକିସ୍ଥାନର ପ୍ରାଚୀର ପତ୍ରମାନଙ୍କରେ ଲେଖାଥିଲା, ‘ଭାରତକୁ ଧ୍ୱଂସ କର’ ଏବଂ ଶେଖ୍ ମୁଜବୁରଙ୍କ ପାଇଁ ଶ୍ଲୋଗାନ ଥିଲା, ‘ପ୍ରତାରକକୁ ଫାଶୀ ଦିଅ’ ।
ନଭେମ୍ବର ଶେଷଭାଗକୁ ଏହା ସୁସ୍ପଷ୍ଟ ହୋଇ ଯାଇଥିଲା ଯେ ଯୁଦ୍ଧ ଅନିର୍ବାଯ୍ୟ । ଭାରତୀୟ ସୈନ୍ୟମାନେ ଡ଼ିସେମ୍ବରକୁ ଯୁଦ୍ଧପାଇଁ ଅପେକ୍ଷା କରିଥାନ୍ତି କାରଣ ସେତେବେଳେ ଭୂମି ଶୁଖିଲାଥିବ ଏବଂ ହିମାଳୟର ଗିରିପଥଗୁଡ଼ିକ ବରଫଦ୍ୱାରା ଆଚ୍ଛାଦନ ଥିବା ହେତୁ କିଛି ପ୍ରତିବନ୍ଧକ ଚୀନ ପଟୁ ସୃଷ୍ଟିର କାରଣ ନଥିବ ।
୩ ଡ଼ିସେମ୍ବର ଅପରାହ୍ନ ୫.୪୦ରେ ପାକିସ୍ଥାନର ବାୟୁସେନା (ପି.ଏ.ଏଫ୍‌) ଆଗତୁରା ଭାରତ ଆକ୍ରମଣକୁ ଅକ୍ଷମ ଓ ଦୁର୍ବଳ କରିଦେବା ନିିମନ୍ତେ ତା’ ସୀମାରେଖା ପାଖରେ ଥିବା ୧୧ଟି ବିମାନ ଘାଟି ଅଞ୍ଚଳରେ ପ୍ରିଏମ୍‌ପିଟ୍‌ଭି ଷ୍ଟ୍ରାଇକ୍ ଆରମ୍ଭ କରିଦେଲା । ଏହାକୁ କୁହନ୍ତି ଅପରେସନ ଚେଙ୍ଗିଜ୍ ଖାଁ ଯାହାକି ୧୯୬୭ରେ ଆରବ – ଇସ୍ରାଏଲ୍ ଯୁଦ୍ଧକୁ ମାତ୍ର ୬ଦିନରେ ସମାପ୍ତ କରିଦେଇଥିଲା ଅଥଚ ଏଠି ପାକିସ୍ଥାନର ମାତ୍ର ଆକାଶଯୁଦ୍ଧ ଜାହାଜ ସଂଖ୍ୟା ୫୦ଟିଥିଲା । ଏଥିରୁ ଭାରତ ନିଶ୍ଚିତ କଲା ଯେ ଏ ‘ପ୍ରିଏମ୍‌ପିଟ୍‌ଭି ଷ୍ଟ୍ରାଇକ୍‌’ ଭାରତ ପାଇଁ ଏକ ଯୁଦ୍ଧ ଆହ୍ୱାନ । ସେହିଦିନ ସଂଧ୍ୟାରେ ଏକ ରେଜିଓ ବାର୍ତ୍ତା ଯୋଗେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକଥା ଘୋଷଣା କଲେ । ଫଳରେ ସେହିଦିନ ରାତିରେ ଭାରତୀୟ ଆକାଶବାହିନୀ ଏହାର ପ୍ରାଥମିକ ଜବାବ୍ ଦେଲେ । ତା’ପରେ ସେହିିଦିନ ରାତିରେ ଭାରତୀୟ ଆକାଶବାହିନୀର ଏହାର ପ୍ରାଥମିକ ଜବାବ୍ ଦେଲେ । ସେହିଦିନ ମଧ୍ୟ ରାତ୍ରୀର ଘମାଘୋଟ ଲଢ଼େଇ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ହେଲା । ପୂର୍ବ ପାକିସ୍ଥାନ ପଟୁ ଯୁଦ୍ଧରେ ଯଦିଓ ବଙ୍ଗଳାଦେଶକୁ ପଶ୍ଚିମ ପାକିସ୍ଥାନଠୁ ମୁକ୍ତ କରିବା ଉଦ୍ଧେଶ୍ୟରେ ଥିଲା, ପଶ୍ଚିମପଟେ ପାକିସ୍ଥାନୀକୁ ଭାରତ ପ୍ରବେଶ କରାଇ ନଦେବା ଥିଲା ଉଦ୍ଦେଶ୍ୟ । ଏହା ବ୍ୟତୀତ ଅନ୍ୟ କାରଣ ନଥିଲା ।
ଏ ଯୁଦ୍ଧରେ ଭାରତ ବ୍ଲିଜକ୍ରାଏଜ ଯୁଦ୍ଧ କୌଶଳ ପ୍ରୟୋଗ କରି ମାତ୍ର ୧୩ଦିନରେ (୩ ଡ଼ିସେମ୍ବରରୁ ୧୬ ଡ଼ିସେମ୍ବର) ବିଜୟ ଲାଭ କରିଥିଲା ।
ସେଦିନ ଏହା ଡ଼ିସେମ୍ବର ୧୬ତାରିଖରେ ଏକ ତରଫା ଭାବେ ଏବଂ ବିନା ସର୍ତ୍ତରେ ପାକିସ୍ଥାନ ଆତ୍ମ ସମର୍ପଣ କଲା ଏବଂ ପୂର୍ବ ପାକିସ୍ଥାନ ସ୍ୱାଧୀନ ବଙ୍ଗଳା ଦେଶରେ ପରିଣତ ହେଲା । ପାକିସ୍ଥାନ ସେନାବାହିନୀର ସର୍ବୋଚ୍ଚମୁଖ୍ୟ ଜେନେରାଲ ଅମିର ଅବଦୁଲ୍ଲାହ ଖାନ୍ ନିଆଜୀ ୯୩,୦୦୦ ସୈନ୍ୟବାହିନୀବଳ ସହ ଭାରତ ଓ ମୁକ୍ତିବାହିନୀ ମିଳିତ ସୈନ୍ୟର ମୁଖ୍ୟ ଜେନେରାଲ ଜଗତ ସିଂହ ଆରୋରା, ଭାରତଙ୍କ ନିକଟରେ ରାମନାରେସ ରେସ୍‌କୋର୍ସ ଠାରେ ଏକ ତରଫା ନିସର୍ତ୍ତ ଆତ୍ମସମର୍ପଣ କଲେ । ଏହ ଯୁଦ୍ଧରେ ପାକିସ୍ଥାନ ପକ୍ଷର ୯୭,୩୬୮ ଯୁଦ୍ଧବନ୍ଦୀ ଥିଲେ ଯେଉଁଥିରେ ପଦାତିକ ୫୪,୧୫୪, ନୈସେନା – ୧୩୮୧, ଆକାଶବଳ – ୮୩୩, ସଂଗଠିତ ବଳ – ୨୨,୦୦୦ ଓ ବେସାମରିକ ବ୍ୟକ୍ତିଥିଲେ ୧୨,୦୦୦ । ଭାରତ ଓ ମୁକ୍ତି ବାହିନୀ ତରଫରୁ ଲଢ଼ିଥିବା ସୈନ୍ୟବଳ ଯଥାକ୍ରମେ ୫୦୦,୦୦୦ ଏବଂ ୧୭୫,୦୦୦ । ପାକିସ୍ଥାନ ପକ୍ଷରୁ ଥିଲେ ୩୬୫,୦୦୦ । ଭାରତ ମୁକ୍ତିବାହିନୀ ମୃତ ଓ ଆହତ ସଂଖ୍ୟା ଯଥାକ୍ରମେ ୩,୮୪୩ ଏବଂ ୯,୮୫୧ ଥିବା ବେଳେ ପାକିସ୍ଥାନ ପକ୍ଷରୁ ଥିଲା ଯଥାକ୍ରମେ ୯,୦୦୦ ଏବଂ ୪,୩୫୦ ।
ଭାରତ ପ୍ରଚେଷ୍ଟାର ପୂର୍ବପାକିସ୍ଥାନ ପଶ୍ଚିମ ପାକିସ୍ଥାନ କବଳରୁ ମୁକ୍ତ ହୋଇ ସ୍ୱତନ୍ତ୍ର ସ୍ୱାଧୀନ ରାଷ୍ଟ୍ର ‘ବଙ୍ଗଳଦେଶ’ରେ ନାମିତ ହେଲା । ଏହାଥିଲା ଉଭୟ ଦେଶପାଇଁ ବିଜୟର ଟୀକା । ଏହାକୁ ସ୍ମରଣକରି ଦେଶପାଇଁ ପ୍ରାଣବଳୀ ଦେଇଥିବା ଅମର ଯବାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ୧୬ଡ଼ିସମ୍ବେରକୁ ଆମେ ବିଜୟ ଦିବସ ରୂପେ ପାଳନ କରୁଛୁ । ଏହି ଦିବସରେ ଆମ ଭାରତର ରକ୍ଷାମନ୍ତ୍ରୀ ଏବଂ ତିନି ସେନାବିଭାଗର ମୁଖ୍ୟମାନେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ ଓ ଜାତୀୟ ସାମରିକ ମେମୋରିଆଲ୍‌, ବାଙ୍ଗାଲୋର ଠାରେ ସେମାନଙ୍କ ପାଇଁ ସ୍ମୃତି ଅର୍ଘ୍ୟ ଅର୍ପଣ କରିଥା’ନ୍ତି । ଦେଶ ସାରା ନାଗରିକ, ବରିଷ୍ଠ ପଦାଧିକାରୀ, ଛାତ୍ର ସମାଜ ଏବଂ ପୁରୁଖା ସୈନ୍ୟବାହିନୀର ବ୍ୟକ୍ତିମାନଙ୍କ ଦ୍ୱାରା ଅମର ସହୀଦମାନଙ୍କୁ ଗୋଲାକାର ଫୁଲତୋଡ଼ା ପ୍ରଦାନ ପୂର୍ବକ ସେମାନଙ୍କ ଶହୀଦ ସ୍ତମ୍ଭଠାରେ ସ୍ମୃତି ଅଞ୍ଜଳି ପ୍ରଦାନ କରିଥାନ୍ତି । ସେମାନଙ୍କ ପାଇଁ ଡ଼ିସେମ୍ବର ୧୬ହିଁ ଏକ ଉତ୍ସର୍ଗୀକୃତି ଦିବସ । ଆମେ କେବେ ବି ସେମାନଙ୍କୁ ନୈରାଶ୍ୟ କରିବୁ ନାହିଁ । ଏମିତି କାଳ କାଳକୁ ତାଙ୍କ ସ୍ମୃତି ଚାରଣ କରୁଥିବୁ । ମାନ୍ୟବର ରାଜୀବ ଚନ୍ଦ୍ର ଶେଖରଙ୍କ ଭାଷାରେ ଏହାହିଁ ଆମ କର୍ତ୍ତବ୍ୟ : .

ଏହିପରି ୨୮ଜୁନ୍ ୧୯୯୯ରେ କାଗିଲ ଯୁଦ୍ଧରେ ପାକିସ୍ଥାନ ବିରୁଦ୍ଧରେ ଆମେ ବିଜୟ ହାସଲ କରିଥିଲୁ । ଏଣୁ ପ୍ରତିବର୍ଷ ୨୮ଜୁନ୍‌କୁ କାରଗିଲ ଦିବସ ରୂପେ ଆମେ ପାଳନ କରୁଛୁ । ଏହା ବି ଆମର ଭିନ୍ନ ଏକ ବିଜୟ ଦିବସ ।
ଜବାନ୍‌ମାନଙ୍କ ଜୟ ହେଉ ।
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା-୭୫୨୦୫୦
ମୋ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ