ଜାତୀୟ ବିଦ୍ୟାଳୟ ସ୍ତରୀୟ କ୍ରିଡ଼ା ରେ ଭାଗ ନେଇଥିବା ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

ରାଇକିଆ, (ଯୁଗାବ୍ଦ ନ୍ୟୁଜ):ଜାତୀୟ ବିଦ୍ୟାଳୟ ସ୍ତରର କ୍ରିଡ଼ା ରେ ସଫଳତାର ସହ ଭାଗ ନେଇ ଫେରିଥିବା କନ୍ଧମାଳ ଜିଲ୍ଲା ରାଇକିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଅମିଶା ମଲିକ ଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଛି । ସେ ମହାରାଷ୍ଟ୍ର ର ନାସିକ ଠାରେ ଡିସେମ୍ବର ମାସ ପ୍ରଥମ ସପ୍ତାହ ରେ ଅନୁଷ୍ଠିତ ୬୭ ତମ ବିଦ୍ୟାଳୟ ସ୍ତରୀୟ ଜାତୀୟ କ୍ରୀଡା ରେ ଖୋ-ଖୋ ଖେଳ ରେ ଭାଗ ନେଇଥିଲେ । ରାଇକିଆ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କର୍ଯ୍ୟଳୟ ପରିସର ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅମିଶା ଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ରେ ଅଧିକା ସଫଳତା ହାସଲ କିପରି କରି ପାରିବେ ସେ ନେଇ ବିଇଓ ହାଡ଼ି ବନ୍ଧୁ ବେହେରା ପରାମର୍ଶ55 ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏବିଇଓ ସାରଥୀ କହଁର, କ୍ରିଡ଼ା ଶିକ୍ଷୟତ୍ରୀ ସବିତା ପ୍ରଧାନ, କାର୍ତ୍ତିକ ନାୟକ, ଶ୍ରୀଛନ୍ଦା ପ୍ରଧାନ, ବିଜୟା କାଣ୍ଡୁଲାନ ଏବଂ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ