ଜାତୀୟ ମତଦାତା ଦିବସ ପାଇଁ ସଚେତନତା ଶୋଭାଯାତ୍ରା

ଯାଜପୁର -: ଜାତୀୟ ମତଦାତା ଦିବସ ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ ନିର୍ବାଚନ ବିଭାଗ ପକ୍ଷରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆୟୋଜିତ ଏହି ଶୋଭାଯାତ୍ରା ସର୍କିଟ୍ ହାଉସ୍ ଠାରୁ ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଉଦ୍‌ଘାଟନ କରି ଗଣତନ୍ତ୍ରକୁ ସୁଦୃଢ କରିବାରେ ନିର୍ବାଚନର ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ, ନିର୍ବାଚନରେ ଭୋଟରଙ୍କ ସଠିକ ମତଦାନ ମଧ୍ୟ ତତୋଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଏହି ଶୋଭାଯାତ୍ରାରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ନିର୍ବାଚନ ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ବିଭିନ୍ନ ମହାବିଦ୍ୟାଳୟ, ବିଦ୍ୟାଳୟର ଚ୍ଥାତ୍ର ଚ୍ଥାତ୍ରୀ, ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ପ୍ଳାକାର୍ଡ, ବ୍ୟାନର ପ୍ରଦର୍ଶନ ସହ ବିବିଧ ଧ୍ୱନୀ ଦେଇ ଗଣତନ୍ତ୍ରରେ ମତଦାନର ଭୂମିକା ସଂପର୍କରେ ସଚେତନ କରାଇଥିଲେ । ଶୋଭାଯାତ୍ରାଟି ସହର ପରିକ୍ରମା କରି ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ପହଞ୍ଚିଥିଲା । ଏଥିରେ ନିର୍ବାଚନ ବିଭାଗର କର୍ମଚାରୀମାନେ ଯୋଗଦେଇ ଶୋଭାଯାତ୍ରାକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ