ଜାତୀୟ ମାନବ ଅଧିକାର ଦିବସ ପାଳିତ

ନିମାପଡା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ର ଭେଙ୍କେଟେଶ୍ଵର ବିଦ୍ୟାଳୟ ରେ ଜାତୀୟ ମାନବ ଅଧିକାର ସାମାଜିକ ନ୍ୟାୟ ପରିଷଦ ଓଡ଼ିଶା ଶାଖା ପକ୍ଷରୁ ଆଜି ବିଶ୍ୱ ମାନବ ଅଧିକାର ଦିବସ ପାଳିତ ହୋଇଥିଲା। ରାଷ୍ଟ୍ରୀୟ ମାନବ ଅଧିକାର ପରିଷଦର ରାଜ୍ୟ ସଚିବ ନରସିଂହ ଚରଣ ମାନସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜିବୀ ମୃତ୍ୟଞ୍ଜୟ ଦାସ ଏବଂ ମୁଖ୍ୟବକ୍ତା ଭାବେ ଶିକ୍ଷକ ନିର୍ମଳ କୁମାର ମିଶ୍ର ,ସମ୍ନାନିତ ଅତିଥି ଭାବେ ସାମାଜିକ କର୍ମୀ କସ୍ତୁରିବାଳା ସ୍ୱାଇଁ ,ଶ୍ୱେତପର୍ଣ୍ଣା ରାୟ, ସନ୍ତୋଷ କୁମାର ପରିଡା, ପଦ୍ମ ଚରଣ ସାହୁ,ବିଷ୍ଣୁ ପ୍ରସାଦ ଦାସ , ଭେଙ୍କଟେଶ୍ୱର ବିଦ୍ୟାଳୟର ଚେୟାରମ୍ୟାନ୍ ସୁଦର୍ଶନ ଲେଙ୍କା , ଭେଙ୍କଟେଶ୍ୱର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ । ଏହି ଅବସର ରେ ବିଦ୍ୟାଳୟ ର କୃତୀ ଛାତ୍ର, ସ୍ଥାନୀୟ ଅଞ୍ଚଳ ର ସାମାଜିକ କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା। ଛାତ୍ରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ପରିଷଦର ଅଧ୍ୟକ୍ଷ ସ୍ୱର୍ଣ୍ଣମୟୀ ରାଉତ, ରାଜ୍ୟ ସଭାପତି ବାସୁଦେବ ସେଠୀ, ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ନାୟକ ଏବଂ ପୁରୀ ଜିଲ୍ଲା ସଭାପତି ଜୟଶ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ