ଜାତୀୟ ଯକ୍ଷ୍ମା ରୋଗର ନିରାକରଣ ସଚେତନତା ରାଲି ଓ ପ୍ରଥପ୍ରାନ୍ତ ନାଟକ

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ବ୍ଳକ ଅନ୍ତର୍ଗତ ଖଣ୍ଡିଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜାତୀୟ ଯକ୍ଷ୍ମା ନିରାକରଣ ସଚେତନତା ରାଲି ଓ ପ୍ରଥପ୍ରାନ୍ତକ ନାଟକ ଅନୁଷ୍ଠିତ ହୋଇଯାଇଛି । ଖଣ୍ଡିଦେଉଳି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧକ୍ଷ ଡ଼ା. ସୌମ୍ୟକାନ୍ତ ମାହାପାତ୍ରଙ୍କ ତତ୍ତ୍ୱାବଧାନରେଏକ ଯକ୍ଷ୍ମା ରୋଗର ନିରାକରଣ ତଥା ଟିଭି ହାରିବ ଦେଶ ଜିତିବ ଜନସଚେତନତା ରାଲି ରମ୍ଭା ସହର ରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଛକରେ ପ୍ରଥପ୍ରାନ୍ତ ନାଟକ ମାଧ୍ୟମରେ ଏହାର ନିରାକରଣ ଓ ସରକାରଙ୍କ ଦ୍ୱାରା ମିଳୁଥିବା ସମସ୍ତ ସୁବିଧା ଉପରେ ଲୋକଙ୍କୁ ସଚେତନତା କରାଯାଇଥିଲା। ଏହାକୁ ନ ଡରି ଓ ନ ଲୁଚାଇବାକୁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରମ୍ଭା ମେଡିକାଲର ଭାରପ୍ରାପ୍ତ ଅଧିକାରୀ ଡ଼ା. ପ୍ରଶାନ୍ତ କୁମାର ପ୍ରଧାନ ,ଏସ.ଟି. ଏସ ପ୍ରଭୁଦତ୍ତ ଶତପଥୀ ,ସୁପରଭାଇଜର ମନୋଜ କୁମାର ବେହେରା,ଏଲ.ଏଚ.ଭି କନକଲତା ରାଉତ ,ମହିଳା ସ୍ୱାସ୍ଥ୍ୟ କର୍ମୀ ଅର୍ଚ୍ଚନା ବିଶ୍ୱାଳ,ବିଡିଏସ.ସୁଶାନ୍ତ କୁମାର ବାରିକ,ବିଏଏମ୍ କଳ୍ପନା ରାଣୀ ତ୍ରିପାଠୀ ଟିବି ଭଲିଣ୍ଡର ଆଲୋକ କୁମାର ପଣ୍ଡା ସମେତ ରମ୍ଭା ଏନଏସିର ସମସ୍ତ ଆଶାକର୍ମୀ ଉପସ୍ଥିତ ଥିଲେ।ଏହି ଅବସରରେ ରମ୍ଭା ଏନଏସି ର ସମସ୍ତ ୱାର୍ଡ ଗୁଡିକରୁ ଟିବିର ସମ୍ପୂର୍ଣ ଲକ୍ଷ୍ୟଣ ଥିବା ରୋଗୀମାନଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ