ଜାତୀୟ ଯୁବ ଦିବସରେ ଯୁବ ସମାଜକୁ କ୍ରାନ୍ତିର ଆହ୍ୱାନ…

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୧୬୨ ତମ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଯଥା ଜାତୀୟ ଯୁବ ଦିବସ ଅବସରରେ \”ଯୁବ ସମାଜ ସଚେତନ ହେଲେ ନିଶାମୁକ୍ତ ଭାରତ ଗଠନ ସମ୍ଭବ \”ଏହି ବାର୍ତ୍ତା ଯୁବ ସମାଜକୁ ସଂକଳ୍ପ ନେବା ପାଇଁ ବ୍ରହ୍ମା ନଗର ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଉଦ୍ୟମରେ ଏମ.କେ.ସି.ଜି. ମେଡିକାଲ କଲେଜ ସମ୍ମୁଖ ଠାରୁ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ, ବ୍ରହ୍ମପୁର ପର୍ଯ୍ୟନ୍ତ ରାଷ୍ଟ୍ରୀୟ ନିର୍ମାଣ ସକାଶେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଯୁବକ ଯୁବତୀମାନଙ୍କୁ ନେଇ ଏକ ସୁସଜ୍ଜିତ ସ୍ୱାମୀଜୀଙ୍କ ରଥ ବ୍ରହ୍ମପୁର ସହର ପରିକ୍ରମା କରିବା ସହ ସ୍ୱାମୀଜୀଙ୍କ ବାଣୀ ଯୁବ ସମାଜକୁ ଆହ୍ୱାନ କରିବା ସହ ପ୍ରେରଣା ଯୋଗାଇଥିଲା । ପ୍ରାରମ୍ଭରେ ସମସ୍ତ ଅତିଥିମାନଙ୍କ ଦ୍ୱାରା ଏମ.କେ.ସି.ଜି. ମେଡିକାଲ କଲେଜ ପରିସରରେ ଥିବା ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ସହ ପୁଷ୍ପମାଳ ଅର୍ପଣ କରିଥିଲେ । ଏହି ଅବସରରେ ବି.ଏମ.ସି ପୂର୍ବତନ ମେୟର ଶିବଶଙ୍କର ଦାସ, ମହାନ୍ ସଂଘ ସଭାପତି ସୁଶାନ୍ତ କୁମାର ସାବତ, ହୋଲି ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜିର ଚେୟାରମେନ ରାଜେନ୍ଦ୍ର କୁମାର ପଣ୍ଡା ଅତିଥି ରୂପେ ଯୋଗଦେଇ ସମାଜରେ ଯୁବକମାନେ ସଚେତନ ହୋଇ ରାଷ୍ଟ୍ର ନିର୍ମାଣରେ ଭାଗିଦାରୀ ହୋଇ ଉତ୍ତମ ରାଷ୍ଟ୍ର ଗଠନ କରିବା ପାଇଁ ଆହ୍ୱାନ ଦେଇ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କର୍ତ୍ତବ୍ୟ ନିଷ୍ଟା ଓ ଦୃଢ଼ ବିଶ୍ୱାସ ଦ୍ୱାରା ଦେଶର ପରିବର୍ତ୍ତନ ସମ୍ଭବ ବୋଲି ମତ ପ୍ରକାଶ କରିଥିଲେ । କ୍ରାନ୍ତିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ.ଦେବାନନ୍ଦ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୟନ୍ତୀ ଓ ପଦଯାତ୍ରା କାର୍ଯକ୍ରମରେ ସମାଜରେ ସଚେତନ ଅଭାବରୁ ଯୁବକମାନେ କିପରି ନିଶାଗ୍ରସ୍ତ ହୋଇ, ତମାଖୁ ଜାତୀୟ ଦ୍ରବ୍ୟ ଖାଇ କୁପରିଣାମ ଭୋଗୁ ଅଛନ୍ତି, ଏହାର ଯଥାଶୀଘ୍ର ବନ୍ଦ କରି ଯୁବ ସମାଜ ସୁରକ୍ଷା ପାଇଁ ଆହ୍ୱାନ କରିଥିଲେ । ଏହି ପଦଯାତ୍ରାରେ ବିଭିନ୍ନ ସମାଜସେବୀ ଅନୁଷ୍ଟାନର ସ୍ୱେଛାସେବୀମାନଙ୍କ ସହ, ସାମନ୍ତରାୟ ଏକାଡେମୀ, ହୋଲି ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି, ଆର‌୍ୟାନ ଗୁରୁକୂଳ, କେ.ସି. ପବ୍ଲିକ ସ୍କୁଲ, ବେଦବ୍ୟାସ କଲେଜ, ଜ୍ଞାନ ବିକାଶ ଇଂଲିଶ ମିଡ଼ିଅମ୍ ସ୍କୁଲ ଏବଂ ରାଜୀବ ମେମୋରିଆଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜିର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପ୍ରାୟ ୯୦୦ ଯୁବକ ଯୁବତୀ ଯୋଗଦେଇ ଶୋଭାଯାତ୍ରାରେ ସ୍ୱାମୀଜୀଙ୍କ ଉଦ୍ଦେଶ୍ୟରେ ସ୍ଲୋଗାନ ଦେଇଥିଲେ ।ପରିଶେଷରେ ହିଲ୍‌ପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ସମ୍ମୁଖରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ସମାରୋହରେ କ୍ରାନ୍ତି ଅନୁଷ୍ଠାନର ଡ.ଦେବାନନ୍ଦ ଦାଶ ଅଧ୍ୟକ୍ଷତାରେ ଏକ ଆଧ୍ୟାତ୍ମିକ ସମାବେଶ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ରୂପେ ବ୍ରହ୍ମପୁର ପ୍ରେସ କ୍ଲବର ସମ୍ପାଦକ ପ୍ରହ୍ଲାଦ ସାହୁ, ସହ ସମ୍ପାଦକ ଗୋପାଳ ରେଡ୍ଡୀ ଓ ସାମନ୍ତରାୟ ଏକାଡେମୀର ନିର୍ଦ୍ଦେଶକ ଦେବେଶ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ସ୍ୱାମୀଜୀଙ୍କ ଯୁବ ସମାଜ ପ୍ରତି ଗୁରୁତ୍ୱକୁ ସରଳ ଭାଷାରେ ବୁଝାଇଥିଲେ । କ୍ରାନ୍ତି ଅନୁଷ୍ଠାନର ଡ.ଦାଶ ଉପସ୍ଥିତ ଯୁବକ ଯୁବତୀମାନଙ୍କୁ ସଚେତନ ମାଧ୍ୟମରେ \”ନିଶାକୁ ନା, ନିଶା ସେବନ କ୍ୟାନସର କାରଣ…‘ନିଶା ଛାଡନ୍ତୁ, ଜୀବନ ବାଛନ୍ତୁ ।’ ସହ ନିଶା ମୁକ୍ତ ଭାରତ ଗଠନ ପାଇଁ ସଂକଳ୍ପ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ, ଦେବରାଜ ରାଉତ, ସରୋଜ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ବି.ସଞ୍ଜୟ ପାତ୍ର, ଅନିଲ କୁମାର ସେଠୀ ଓ ଚିନ୍ମୟାନନ୍ଦ ଦାଶ ସମେତ ଆଇ.ଏସ.ଆର.ଡି ପ୍ରଭାତ କୁମାର ପାଢ଼ୀ ସହ ଅନ୍ୟାନ୍ୟ କର୍ମକର୍ତ୍ତା, ସଖୀ (ୱାନ ଗ୍ରୁପ ସେଣ୍ଟର) ଓ କ୍ରାନ୍ତି ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ