ଜାତୀୟ ଯୁବ ଦିବସ ପାଳିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶାରଦା ବିଦ୍ୟାମନ୍ଦିର ଠାରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବ ଶିକ୍ଷାବିତ ପବନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିବେକାନନ୍ଦଙ୍କ ଜୀବନଚର୍ଯ୍ୟା ସମସ୍ତ ଯୁବକ ମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟାମାନଙ୍କ ମଧ୍ୟରେ ବରିଷ୍ଠ ଆଚାର୍ଯ୍ୟା ସୁସ୍ମିତା ସ୍ୱାଇଁ, କୁଂଜଲତା ସେନାପତି, ସ୍ୱେଦେଶ୍ନା ପାତ୍ର, ସ୍ନେହଁଲତା ମହାନ୍ତି, ଆଚାର୍ଯ୍ୟ ନିର୍ମଳ କୁମାର ସେନାପତି, ନିତ୍ୟାନନ୍ଦ ସେନାପତି, ଦିଲ୍ଲିପ କୁମାର ଜେନା, ସୁଶାନ୍ତ କୁମାର ପଣ୍ଡା, କେଶବ ଚନ୍ଦ୍ର ସେଠୀ, ଦିଲ୍ଲିପ କୁମାର ଜେନା, ସୁଶାନ୍ତ କୁମାର ସେନାପତି ପ୍ରମୁଖ ବିବେକାନନ୍ଦଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିଭଳି ରାଜେନ୍ଦ୍ରପୁର ଠାରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ସତ୍ୟବ୍ରତ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାହୁଲ କୁମାର ସେଠୀ, ମାନସ ପାତ୍ର, ବିଶ୍ୱରଞ୍ଜନ ସାହୁ, ବିଦ୍ୟାଧର ବିଶ୍ୱାଳ, ପୁରସ୍ତମ ସେଠୀ, ଜ୍ୟୋତିରଞ୍ଜନ ନାୟକ, ରାକେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁରୂପ ଭାବେ ସ୍ୱେଚ୍ଛାସେବୀ ସଂଗଠନ ନେୟୀ ଶୋଚ ପକ୍ଷରୁ ଯୁବ ଦିବସ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ