ଜାତୀୟ ରାଜପଥର ସଂଯୋଗୀ ରାସ୍ତା ଅବରୋଧକୁ ବିରୋଧ ଅନୁଧ୍ୟାନ କଲେ ପୁର୍ବତନ ଉପବାଚସ୍ପତି ରାମପଣ୍ଡା

ଗଞ୍ଜାମ, (ୱାଇଏନ୍ଏସ୍):ଜତୀୟ ରାଜପଥ ରମ୍ଭା ଏନଏସି ଠାରୁ ପାଲଙ୍ଗ ପର୍ଯ୍ୟନ୍ତ, ରାଜ୍ୟ ସରକାର ସ୍ଥାନିୟ ଅଧିବାସୀ ଓ ଚାଷୀଙ୍କ ପାଇଁ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ମାଧ୍ୟମରେ ରାସ୍ତା ନିର୍ମାଣ କରିଛନ୍ତି ।ଏହି ରାସ୍ତା ରମ୍ଭା ଏନଏସି ଅଧା କିଲୋମିଟର ପରେ ଜାତୀୟ ରାଜପଥ (୧୬),କୁ ଅତିକ୍ରମ କରି ଜଟିଆ ଖୋଲ, ସୁନାକେରା, ଫ୍ଲଲଝର ଗ୍ରାମ ଅତିକ୍ରମ କରି ପାଲଙ୍ଗ ପଂଚାୟତ ଦେଇ ଖଣ୍ଡିଦେଉଳି -ପୁରୁଷୋତ୍ତମ ରାସ୍ତାକୁ ସଂଯୋଗ କରୁଛି । ଏହି ରାସ୍ତାସବୁ ଗ୍ରାମ ଉପରେ ଲୋକଙ୍କ ଜୀବନ ଜୀବିକା ପ୍ରତିଦିନ ନିର୍ଭର କରୁଛି । କାରଣ ସେମାନେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଦୈନଦିନ ନିତ୍ୟବାହି ସାମଗ୍ରୀ ପାଇଁ ଦୈନିଦିନ ଆସିଥାନ୍ତି । ଏହା ବ୍ୟତୀତ ରମ୍ଭା ଏନଏସି, ଗଞ୍ଜାମ ବ୍ଲକର ପାଲଙ୍ଗ ପଂଚାୟତ , ଖଲ୍ଲିକୋଟ ବ୍ଲକର ସାବୁଳିଆ ପଞ୍ଚାୟତ,କୁମୁଟରାମ ପଲ୍ଲୀ ପଞ୍ଚାୟତ ଓ ବାଦପଲ୍ଲୀର ତିନି ହଜାର ଚାଷ ଜମିରେ କୃଷି କାର୍ଯ୍ୟ ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ।ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ଏହି ଅତିକ୍ରମ ସଂଯୋକିକରଣ ରାସ୍ତା ଛକକୁ ବନ୍ଦ କରିଦେବା ଦ୍ୱାରା ଏହି ରାସ୍ତା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ଓ ଚାଷୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ଓ ଚାଷୀ ମାନଙ୍କ ଅନୁରୋଧ କ୍ରମେ ଆଜି ପୂର୍ବତନ ଉପବାଚସ୍ପତି ଓ ବର୍ତ୍ତମାନର ରାଜ୍ୟ କୃଷି ପରିଷଦ ବୋର୍ଡର ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । ଚାଷୀ ଓ ସ୍ଥାନୀୟ ବିଜେଡି ନେତାଙ୍କ ସହ ଆଲୋଚନା କରିଥିଲେ ।ଏହି ଆଲୋଚନା ବେଳେ ପୂର୍ବତନ ନଗରପାଳ ବିଜୟ ଚନ୍ଦ୍ର ବିଶ୍ୱାଳ, ରମ୍ଭା ବ୍ୟବସାୟୀ ପ୍ରତିନିଧି ସଂଘର ଅନୀଲ କୁମାର ପାଢ଼ୀ, ଚାଷୀ ତଥା ବିଜେଡି ନେତା ମନୋଜ କୁମାର ତରାଇ, ପାଲଙ୍ଗ ସରପଞ୍ଚ ଜାନକୀ ପ୍ରଧାନ, ବିଜେଡି ନେତା କୃଷ୍ଣଚନ୍ଦ୍ର ପ୍ରଧାନ , ନାରାୟଣ ପଟ୍ଟନାୟକ ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି ଆଲୋଚନା କରି ଦାବି ପତ୍ର ପ୍ରଦାନ କରିଥିଲେ । ଚାଷୀ ଓ ଲୋକଙ୍କ ଗମନା ଗମନର ବର୍ତ୍ତମାନ ସୁବିଧାକୁ ଜତୀୟ ରାଜପଥ କର୍ତ୍ତୃପକ୍ଷ ବନ୍ଦ କଲେ ଶାନ୍ତି ପୂର୍ଣ ପ୍ରତିବାଦ କରାଯିବ ବୋଲି ପୂର୍ବତନ ନଗରପାଳ ବିଶ୍ୱାଳ, ଚାଷୀ ନେତା ମନୋଜ ତରାଇ ଚେତାବନୀ ଦେଇଛନ୍ତ ।ଏନେଇ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରାମନ୍ତ୍ରୀଙ୍କଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପୁର୍ବତନ ଉପବାଚସ୍ପତି ରାମପଣ୍ଡା ଆଲୋଚନା ବେଳେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ