ଜାତୀୟ ରାଜପଥ ଅବରୋଧ କଲା ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା

ଛତ୍ରପୁର, (ଦେବଦତ୍ତ ମହାରଣା):ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି ) ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ଦାବି ନେଇ ରବିବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଜ଼ିଲାପରିଷଦ ଭବନ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ବନ୍ଦ ଫଳରେ ଜାତୀୟ ରାଜପଥରେ ଶତାଧିକ ଯାନବାହନ ଅଟକି ରହିଥିଲା। ଏହାକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବହୁଜନ କ୍ରାନ୍ତି ମୋର୍ଚ୍ଚା ଓ ଅନ୍ୟ ସଂଗଠନଗୁଡିକ ସମର୍ଥନ କରି ଭାରତ ବନ୍ଦରେ ସାମିଲ ହୋଇଥିଲେ। ଦାବି ଗୁଡିକ ମଧ୍ୟରେ ପଛୁଆବର୍ଗଙ୍କ ଜାତି ଗଣନା, ଓବିସିଙ୍କ ପାଇଁ ୫୧.୫ପ୍ରତିଶତ ସରଂକ୍ଷଣ ଲାଗୁ, ବେସରକାରୀ କ୍ଷେତ୍ରରେ ଏସସି, ଏସଟି ଓ ଇଭିଏମ ମେଶିନ ହଟାଇ ବାଲାଟ ପେପରରେ ଭୋଟ ଗ୍ରହଣ, ଓବିସି ସରଂକ୍ଷଣରୁ କ୍ରିମିଲେୟାର ହଟାଇବା, ଉଚ୍ଚଶିକ୍ଷା କ୍ଷେତ୍ରରେ ଓବିସି ଛାତ୍ରୀଛାତ୍ରଙ୍କୁ ମାଗଣା ଶିକ୍ଷା ପ୍ରଦାନ, ପୁରୁଣା ପେନସନ ଲାଗୁ, ସରଂକ୍ଷଣ ନାଁରେ ଆଦିବାସୀଙ୍କୁ ଜଙ୍ଗଲ ଜମିରୁ ବିସ୍ଥାପିତ ବନ୍ଦ କରିବା ଇତ୍ୟାଦିି ରହିଛି। ଏଥିରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚାର ସଂଯୋଜକ ବିଜୟ ସ୍ବାଇଁ, ସୀମାଞ୍ଚଳ ନାହାକ, ଏମ.ଗୁମାଲୀ, ଭାଗିରଥୀ ବେହେରା, ବହୁଜନ କ୍ରାନ୍ତି ମୋର୍ଚ୍ଚାର ସଭାପତି ସୁମା ଦାସ, ପିଣ୍ଟୁ ଦାସ, ସୁଶାନ୍ତ ନାହାକ, ରାଜଲକ୍ଷ୍ମୀ ପ୍ରମୁଖ ଆନ୍ଦୋଳନରେ ସମର୍ଥନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ