ଜାତୀୟ ରାଜପଥ ଉପରେ ଅଟକି ରହିଛି ଶହ ଶହ ଭାରିଯାନ
ଯୋଡା, (ସମୀର କୁମାର ଦାସ):ଯୋଡା ବ୍ଲକ ବିଲେଇପଦା ଠାରେ ଅବସ୍ଥିତ ଟାଟା ଷ୍ଟିଲ ସ୍ପଞ୍ଜ ଆଇରନ କାରଖାନା ଫାଟକ ସମ୍ମୁଖରେ ଶୁକ୍ରବାର ଦିଆଯାଇଥିବା ଧାରଣା ଶନିବାର ଦ୍ୱିତୀୟ ଦିନରେ ପହଞ୍ଚିଛି । ୧୬ ଦଫା ଦାବି ନେଇ ୫ଟି ପଞ୍ଚାୟତର ଶହ ଶହ ସଂଖ୍ୟାରେ ମହିଳା ପୁରୁଷ ଧାରଣାରେ ବସିଥିବା ବେଳେ କାରଖାନା ଭିତରକୁ କିମ୍ବା କାରଖାନା ବାହାରକୁ ଗୋଟିଏ ହେଲେ ଭାରିଯାନ ଛାଡାଯାଉନାିହଁ । ଜାତୀୟ ରାଜପଥ ୫୨୦ ଉପରେ ଶହ ଶହ ସଂଖ୍ୟାରେ ଭାରିଯାନ ଉଭୟ ପାଶ୍ୱର୍ରେ ଅଟକି ରହିଛି । କାରଖାନା ଭିତରକୁ ଆସୁଥିବା କଞ୍ଚାମାଲକୁ ଭିତରକୁ ଛଡାଯାଉନଥିବା ବେଳେ ଭିତରୁ ସ୍ପଞ୍ଜ ଆଇରନ ମଧ୍ୟ ରପ୍ତାନୀ ନିମନ୍ତେ ବାହାରକୁ ଛଢାଯାଉନାହିଁ । ଏହି ଧାରଣାକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଟାଟା ଷ୍ଟିଲ ସ୍ପଞ୍ଜ କାରଖାନାର କୌଣସି କର୍ତ୍ତୁପକ୍ଷ ଆନେ୍ଦାଳନକାରୀଙ୍କ ସହ ଆଲୋଚନାକୁ ନଆସି କମ୍ପାନୀ ତାର ଫାଟକକୁ ବନ୍ଦ କରିଦେବା ଫଳରେ ଆନେ୍ଦାଳନକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଠାରେ ସୂଚନା ଯୋଗ୍ୟ, ୨୮ନଂ ଜୋନ ଅଧିନରେ ଥିବା ବିରିକଳା, କଣ୍ଡରା, ଚମକପୁର, ଦେଓଝର ଓ ଅଂଶେଇକଳା ଏହି ୫ଟି ପଞ୍ଚାୟତ ଏହି କାରଖାନାର ଚତୁପାଶ୍ୱର୍ରେ ଅବସ୍ଥିତ । କମ୍ପାନୀ ଗ୍ରାମବାସୀମାନଙ୍କ ଠାରୁ କାରଖାନା ନିର୍ମାଣ ନିମନ୍ତେ ଶାଗ ମାଛ ଦରରେ ଜମି ନେଇଥିବା ବେଳେ ପାରିପାଶ୍ୱର୍ିକ ଉନ୍ନୟନ କ୍ଷେତ୍ରରେ ଦେଇଆସିଥିବା ପ୍ରତିଶ୍ରୁତିକୁ ଆଦୌ÷÷ ପାଳନ କରିନଥିବା ଅଭିଯୋଗ ହୋଇଛି । ଅଦ୍ୟାବଧି ଅନେକ ଆଦିବାସୀଙ୍କର ଜମି କମ୍ପାନୀ ଅକ୍ତିଆରରେ ଥିବା ବେଳେ ସେମାନଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯାଇପାରିନାହିଁ । ନିଜର ପ୍ରାପ୍ୟ ଦାବି କଲେ ସେମାନଙ୍କୁ ପୁଲିସ ଲଗାଇ ଗିରଫ ମଧ୍ୟ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏହି ଆନେ୍ଦାଳନଟିକୁ ସ୍ଥାନୀୟ ଜନପ୍ରତିନିଧିମାନେ ପରିଚାଳନା କରୁଥିବା ବେଳେ କମ୍ପାନୀ ଦାବି ଗୁଡିକ ନମାନିଲେ ଏହି ଆନେ୍ଦାଳନ ଜାରି ରହିବ ବୋଲି ଜଣାପଡିଛି । ଆଇନ ସୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ପୁଲିସ ବଳ ମୁତୟନ ଥିବା ଦେଖିବାକୁ ମିଳିଛି । ତେବେ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ଯେ କୌଣସି ସମୟରେ ଏହା ବିସ୍ଫୋରକ ରୂପ ନେଇପାରେ ବୋଲି ଜଣାପଡିଛି ।