ଜାତୀୟ ରାଜପଥ ଉପରେ ଗାଇଗୋରୁ ମାଳମାଳ : ପୌର ପ୍ରଶଶସନ ଦୁର୍ବଳଦୂର୍ଘଟଣାରେ ୬ ଗାଇର ମୃତ୍ୟୁ ପରେ ପୌର ପ୍ରଶାସନର ଚେତା ପଶିଲା

ହିଂଜିଳିକାଟୁ (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ଗାଇଗୋଠରେ ପରିଣତ ହୋଇଛି । ସହର ସାରା ର୍ନିଦ୍ୱନ୍ଦରେ ଘୁରି ବୁଲୁଛନ୍ତି ମଳେ ମାେ ଗାେଇଗୋରୁ ଓ ଷଣ୍ଢ । ସ୍ଥାନୀୟ ପୌରଳାଂଚଳର ବଇଁଚବଣିଆ, ମାଣିକନଗର ଛକ, ସିନେମାହଲ ଛକ, ରଜାସାହିଛକ, ବିଜୁପଟ୍ଟନାୟକ ଛକ, ବ୍ଳକ ଛକ ୫୯ ନଂ ଜାତୀୟ ରାଜପଥ ଉପରେ ଗାଇ ଗୋରୁ ମାନେ ଶୋଇରହି ରାଜପଥକୁ ଅବରୋଧ କରି ରଖୁଥିବା ସହ ନିଜର ଆଧିପତ୍ୟ ବିସ୍ତାର କରୁଥିବାର ଦେଖିବାକୁ ମିଳୁଛି । ପରିସ୍ତିତ ଏଭଳି ହେଲାଣି ଯେ, ସହରରେ ଯାନବାହାନ ଚଳାଚଳ ତ ଦୁରର କଥା ଚାଲିଯିବା ମଧ୍ୟ ଆଉ ସହଜହେଉନାହିଁ ।
ବିଚ୍ ରାସ୍ତା ଉପରେ ମାଳମାଳ ମାରଣା ଷଣ୍ଢ ଘୁରି ବୁଲି ନିଜ ନିଜ ମଧ୍ୟରେ କଳି ଲାଗିବା ସହ ଆଖ ପାଖରେ ଥିବା ଲୋକଙ୍କୁ ଆକ୍ରମଣ କରୁଥିବାରୁ ଲୋକେ ଆଉ ରାସ୍ତାରେ ଯାତାୟତ କରିବାକୁ ନିରାପଦ ମଣୁନାହାନ୍ତି । ବହୁ ଲୋକେ ଷଣ୍ଢ ଆକ୍ରମଣରେ ଆହତ ହୋଇଥିବାର ଦେଖିବାକୁ ମିଳୁଛି । ରାସ୍ତା ଉପରେ ଶହ ଶହ ସଂଖ୍ୟାରେ ଗାଇ ଗୋରୁ ଶୋଇ ରହୁଥିବାରୁ ଯାନବାହାନ ମଧ୍ୟ ଯାତାୟତ କରିବା ସହଜ ହେଉନାହିଁ । ଅନେକ ସମୟରେ ଉକ୍ତ ସ୍ଥାନ ଗୁଡ଼ିକରେ ପ୍ରତିଦିନ ଛୋଟବଡ଼ ଦୂର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଥିବାର ନଜିର ରହିଛି । ହିଂଜିଳିକାଟୁ ପୌରାଂଚଳରେ କେତେକ ଗୋପାଳକଙ୍କ ବେପାରୁଆ ମନୋବୃତି ଯୋଗୁଁ ଏଭଳି ପରିସ୍ଥିତ ସୃଷ୍ଟି ହୋଇଛି । ଏହି ସ୍ୱାର୍ଥପର ଗୋପାଳକ ମାନେ ଗାଇ ଗୋରୁ ପାଳୁଛନ୍ତି ଓ ପ୍ରତିଦିନ ଶହ ଶହ ଲିଟର କ୍ଷୀର ବିକ୍ରି କରି ମାଲେମାଲ ହେଉଛନ୍ତି ସିନା , ଗୋରୁଙ୍କ ପାଇଁ ଗୋଟିଏ ଗୁହାଳ ଘରଟିଏଁ କରିପାରୁନାହାନ୍ତି । ସହରର ରାସ୍ତାକୁ ନିଜର ପୈତୃକ ସମ୍ପତି ମନେକରି ରାସ୍ତା ଉପରେ ବେଧଡ଼କ ଭାବେ ଗୋରୁଙ୍କୁ ଛାଡ଼ି ଦେଉଛନ୍ତି । ଏପରିକି ଗାଇ ଗୋରୁ ମାନଙ୍କସେବା ଯତ୍ନ କରିବା ତ ଦୁରର କଥା ଖାଇବା ପାଇଁ ମଧ୍ୟ ଦାନା ଗଣ୍ଡାଏ ଦେଉନାହାନ୍ତି । ସହରରେ ଦିନକୁ ଦିନ ବୁଲା ଗାଇଗୋରୁଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଜାତୀୟ ରାଜପଥ ଉପରେ ଗାଇ ଗୋରୁ ମାନେ ଶୋଇରହିବା ଯୋଗୁଁ ଟ୍ରାଫିକ ସମସ୍ୟା ସହ ଦୂର୍ଘଟଣା ଓ ପରିବେଷ ଦୂଷିତ ଆଦି ବିଭିନ୍ନ ସମସ୍ୟା ଉପୁଜୁଛି । ହିଞ୍ଜିଳିକାଟୁ ପୌରାଂଚଳର ବିଭିନ୍ନ ଛକ ସ୍ଥାନ ତଥା ୫୯ ନଂ ଜାତୀୟ ରାଜପଥ ଉପରେ ଗାଇଗୋରୁଙ୍କ ଅବାଧ ଚରାଭୂଇଁ ପାଲଟିଥିବା ବେଳେ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଏଥିପ୍ରତି ତିଳେ ମାତ୍ର ଦୃଷ୍ଟି ଦେଉନାହାନ୍ତି । ଗାଇଗୋରୁ ମାଲିକଙ୍କ ଉଦାସିନତା ଏବଂ ଦାୟିତ୍ୱହୀନତା ଯୋଗୁଁ ସ୍ଥାନୀୟ ଅଂଚଳରେ ଏପରି ସମସ୍ୟା ଉପୁଜୁଥିବା ଜଣାପଡ଼ିଛି । ଗାଇଗୋରୁ ମାଲିକ ମାନେ ସକାଳେ କ୍ଷୀର ଦୁହିଁବା ପରେ ନିଜନିଜର ଗାଇଗୋରୁଙ୍କୁ ବୁଲିବା ପାଇଁ ବଜାରକୁ ଛାଡ଼ି ଦେଇଥାନ୍ତି । ସ୍ଥାନୀୟ ଅଂଚଳରେ ବୁଲା ଗାଇଗୋରୁଙ୍କ ସକାଶେ କାଞ୍ଜିଆହୁଦା ବ୍ୟବସ୍ଥା ନଥିବା ଯୋଗୁଁ ସଂପୃକ୍ତ ଗାଇଗୋରୁ ମାଲିକ ମାନଙ୍କ ଏଥିପ୍ରତି ତିଳେ ମାତ୍ର ଭୟ ନଥିବା ଜଣାପଡ଼ୁଛି । ସ୍ଥାନୀୟ ସହରରେ ୫୯ ନଂ ଜାତୀୟ ରାଜପଥ କାଞ୍ଜିଆହୁଦା ପାଲଟିଥିବା ନେଇ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ତେବେ ଚଳିତ ମାସ ୧୮ ତାରିଖ ଭୋର ପ୍ରାୟ ସାଢେ ୩ ଘଂଟା ସମୟରେ ୫୯ ନଂ ଜାତୀୟ ରାଜପଥ ତଥା ସ୍ଥାନୀୟ ପୌରାଂଚଳ ବଇଁଚବଣିଆ ଛକ ଏକ ସିମେଂଟ ବୋଝେଇ ଟ୍ରକ ଚାପାରେ ୬ ଟି ଗାଇର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ଗାଇ ଗୁରୁତର ଆହତ ଘଟଣା ପରେ ସ୍ଥାନୀୟ ପୌର ପ୍ରଶାସନର ଚେତା ପଶିଛି ବୋଲି ସହରର ବାଟେ ଘାଟେ ଚର୍ଚ୍ଚା ଜୋର ଧରିଛି । ଦୂର୍ଘଟଣା ପରବର୍ତି ସମୟ ଠାରୁ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁୂ ଡ଼ାକବାଜି ଯନ୍ତ୍ର ସହାୟତାରେ ଗାଇ ଗୋରୁ ମାନଙ୍କୁ ରାସ୍ତା ଉପରକୁ ନଛାଡ଼ିବା ପାଇଁ ଗାଇଗୋରୁ ମାଲିକ ମାନଙ୍କୁ ଅନୁରୋଧ କରାଯାଉଥିବା ଲକ୍ଷ୍ୟ କରାଯାଉଛି । ଅନ୍ୟ ପକ୍ଷରେ ପୌର ପ୍ରଶାସନ ପକ୍ଷରୁ ସଚେତନ କରାଯାଉଥିବା ସମସ୍ତ ଦିଗ କେତେଦିନ କାର୍ଯ୍ୟକାରୀ ହେଉଛି ଏବଂ ପ୍ରଣୟନ କରାଯାଉଥିବା ନିୟମ ଗୁଡ଼ିକ ପ୍ରକୃତପକ୍ଷେ କାର୍ଯ୍ୟକାରୀ କରାଯାଉଛି କି କେବଳ କାଗଜଗଲମରେ ସିମୀତ ରହିଯାଉଛି ତାହା ଦେଖିବାକୁ ବାକି ରହିଛି ।