ଜାତୀୟ ରାଜପଥ ଉପରେ ହୁତୁହୁତୁ ହୋଇ ଜଳିଗଲା ଆଇରନ୍ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ ଓ ହେଲପର୍
ଗଞ୍ଜାମ, (ବିନୋଦ ପଲାଇ):ଜାତୀୟ ରାଜପଥ(୧୬) ଉପରେ ବିଲମ୍ବିତ ରାତିରେ ହୁତୁହୁତୁ ହୋଇ ଜଳିଗଲା ଆଇରନ୍ ବୋଝେଇ ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲାପର। ଏହିଭଳି ଘଟଣା ଘଟିଛି,ଗଞ୍ଜାମ ଥାନା ୧୬ ନମ୍ବର ଜାତୀୟ ରାଜପଥ ଶନିମନ୍ଦିର ଛକ ଠାରେ।ଖବର ପାଇ ଗଞ୍ଜାମ ଥାନାଅଧିକାରୀ ସନ୍ତୋଷ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚି ସଙ୍ଗେସଙ୍ଗେ ଫାୟାର ଷ୍ଟେସନକୁ ଫୋନ ଯୋଗେ ଜଣାଇଥିଲେ। ଫଳରେ ଛତ୍ରପୁର ଦମକଳ ବାହିନୀ ଓ ଗ୍ରାସୀମ କମ୍ପାନୀର ଦମକଳ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲା।ଏକ ଆଇରନ୍ ବୋଝେଇ ଟ୍ରକ୍(ଓଡ଼ି ୦୭୨୫୪୦)କେନ୍ଦୁଝର ଠାରୁ ଗୋପାଳପୁର ବନ୍ଦରକୁ ଆଇରନ ପଥର ନେଇ ଯାଉଥିବା ବେଳେ ଗଞ୍ଜାମ ସହର ସ୍ଥିତ ଶନିମନ୍ଦିର ଛକ ଠାରେ ଏହି ଘଟଣା ଘଟିଥିଲା।ସଟସର୍କିଟ୍ ଯୋଗୁଁ ଏହି ଘଟଣା ଘଟିଥିବା ଅନୁମାନ କରୁଛି ପୋଲିସ। ଗାଡିର ଚାଳକ ଗୋବିନ୍ଦ ମହନ୍ତ,ଓ ହେଲପର କିରନ ମହାଙ୍ଗୁଡ଼ ଅଳ୍ପକେ ବର୍ତ୍ତିଯାଇଛନ୍ତି। ରାତିରେ ଏହି ଘଟଣା ଘଟିଥିବାରୁ ଏକ ବଡ଼ ଅଘଟଣାରୁ ବର୍ତ୍ତିଯାଇଥିବା ଦେଖାଯାଉଛି।