ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଯୋଗୁଁ ଘଟୁଛି ଦୂର୍ଘଟଣା ପ୍ରତିବାଦରେ ଚୁଡ଼ଙ୍ଗପୁର ଗ୍ରାମବାସୀଙ୍କ ରାଜପଥ ଅବରୋଧ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃପକ୍ଷଙ୍କ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ଦାୟିତ୍ବହୀନତା ଓ ରାଜପଥ ଉପରେ ଥିବା ଖାଲଖମାରେ ଘଟୁଥିବା ଦୈନନ୍ଦିନ ଦୂର୍ଘଟଣାରେ ପଥଚାରୀ ବାଇକ୍ ଆରୋହୀ ମାନେ ମୃତାହତ ହେଉଛନ୍ତି । ଆଜି ଗୋଟିଏ ଦିନରେ ତିନୋଟି ଦୂର୍ଘଟଣା ଘଟି ବାଇକ୍ ଆରୋହୀ ଆହତ ହୋଇଛନ୍ତି। ତେବେ ଚୁଡ଼ଙ୍ଗପୁର ଗ୍ରାମ ଦେଇ ଯାଇଥିବା ଜାତୀୟ ରାଜପଥର ତିନୋଟି ସ୍ଥାନରେ ଗର୍ତ୍ତ ଖାଲଖମା ସୃଷ୍ଟି ହୋଇଛି ନିୟମିତ ଏହି ସ୍ଥାନରେ ଦୂର୍ଘଟଣା ଘଟୁଥିଲେ ମଧ୍ୟ ଜାତୀୟ ରାଜପଥ କତ୍ତୃପକ୍ଷ ରାଜପଥ ନିର୍ମାଣ କରୁନାହାନ୍ତି। ଘଟୁଥିବା କ୍ରମବର୍ଦ୍ଧିଷ୍ଣୁ ଦୂର୍ଘଟଣା ରୋକିବା ଓ ତୁରନ୍ତ ରାଜପଥ ନିର୍ମାଣ କରିବା ପ୍ରତିବାଦରେ ଆଜି ଅପରାହ୍ନ ୪ ଟା ରୁ ସନ୍ଧ୍ୟା ୭ ଘଟିକା ଯାଏଁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଢ଼ଉଗାଁ ୩୨୬ ନଂ ଜାତୀୟ ରାଜପଥର ଦିଗପହଣ୍ଡି ଥାନା ଅନ୍ତର୍ଗତ ଚୁଡ଼ଙ୍ଗପୁର ଠାରେ ଶତାଧିକ ଗ୍ରାମବାସୀ ରାସ୍ତା ଉପରେ ପଥର, ଗଛ ଗଣ୍ଡି,,ଡ଼ାଳ ରଖି ଅବରୋଧ କରିଥିଲେ। ଦୀର୍ଘ ୪ଘଣ୍ଟା ଯାଏଁ ଦିଗପହଣ୍ଡି ଆସିକା ରାସ୍ତାରେ ଉଭୟପଟୁ ଶତାଧିକ ଗାଡ଼ି ମୋଟର ଅଟକି ରହିଥିଲେ ମଧ୍ୟ ଜାତୀୟ ରାଜପଥ ବିଭାଗୀୟ ଅଧିକାରୀ କିମ୍ବା ଜରାଜପଥ ନିର୍ମାଣ ଠିକାଦାର ଘଟଣା ସ୍ଥଳ କୁ ଆସିନଥିଲେ।ଖବର ପାଇ ଦିଗପହଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ପୋଲିସ ଓ ସାନଖେମୁଣ୍ଡି ଅତିରିକ୍ତ ତହସିଲ ଦିଲୀପ କୁମାର ଜେନା ରାସ୍ତା ଅବରୋଧ ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ସହ ଫୋନ୍ ଯୋଗେ ଆଲୋଚନା ଓ ଲୋକଙ୍କୁ ବୁଝାସୁଝା ପରେ ରାସ୍ତା ଅବରୋଧ ହଟିଥିଲା।ରାତି ସୁଦ୍ଧା ରାଜପଥ ନିର୍ମାଣ ନ ହେଲେ ପୁଣି ଆସନ୍ତା କାଲି ଶନିବାର ସକାଳେ ରାସ୍ତା ଅବରୋଧ କରାଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।