ଜାତୀୟ ରାଜପଥ କାମ ନିର୍ମାଣ ରେ ବିଳମ୍ବ, ବହୁ ଯାନବାହାନ ଜନସାଧାରଣ ହନ୍ତସନ୍ତ

ଶେରଗଡ଼,(ବିଭୁ ପ୍ରସାଦ ଦାଶ):ଶେରଗଡ ଦେଇ ଏକ ଜାତୀୟ ରାଜପଥ ଯାଇଛି।ରାୟପୁର ପର୍ଯ୍ୟନ୍ତ କାମ ଆରମ୍ଭ ହୋଇଛି। ଢଉଗାଁରୁ ଦିଗପହଣ୍ଡି ପର୍ଯ୍ୟନ୍ତ କାମ ଚାଲିଛି। ଉକ୍ତ କାମ ଅଧାପନ୍ତରିଆ ଥିବା ବେଳେ ଶେରଗଡ ଆଗରୁ ଓ ପରେ ରାସ୍ତା ଅଧାପନ୍ତରିଆ ହୋଇଛି। ରାସ୍ତା ସାରା ଗୋଟିଏ ପଟେ ଖୋଳା ଯାଇଛି। ଖାଲ ଖମା ସହ ରାସ୍ତା ସାରା ଡିମା ଡିମା ଗୁଡି ରହିଥିବା ଯୋଗୁଁ ଯିବା ଆସିବା ପ୍ରତିଦିନ ହଜାର ହଜାର ଯାନବାହାନ ଯିବାରେ ବ୍ଯାପକ ଅସୁବିଧା ହେଉଛି। (ଏମ ଏସ୍ ଆଇ ଏଲ)ଗୋଟିଏ ସଂସ୍ଥା ଉକ୍ତ ରାସ୍ତା କାମ କରୁଥିବା ବେଳେ ବିଳମ୍ବ ଯୋଗୁଁ ଲୋକମାନେ ବହୁ ଅସୁବିଧା ଭୋଗୁଛନ୍ତି। ଏଣୁ ଜାତୀୟ ରାଜପଥ ବିଭାଗ ତୁରନ୍ତ ଉକ୍ତ ଅଧାପନ୍ତରିଆ ରାସ୍ତା ନିର୍ମାଣ ପାଇଁ ଦାବୀ ହେଉଛି। ଫଳରେ ଯାନବାହାନ ଜନସାଧାରଣ ଠିକ ଭାବେ ଯାତାୟାତ କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ