ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦେଶକଙ୍କୁ ସ୍ମାରକପତ୍ର ପ୍ରଦାନ
ଚୌଦ୍ୱାର :(ଦୀପକ୍ କୁମାର ବେଉରା) ଚୌଦ୍ୱାର ସହର ଦେଇ ଯାଇଥିବା ଜାତୀୟ ରାଜପଥ ୫୫ର ସଂପ୍ରଶାରଣ କାର୍ଯ୍ୟ ଏବେ ଲକ୍ଷାଧିକ ଲୋକଙ୍କ ପାଇଁ ଅସହ୍ୟ ଯନ୍ତ୍ରଣାର କାରଣ ପାଲଟିଛି ।ଏଥିପାଇଁ ଜନ ଅସନ୍ତୋଷ ତୀବ୍ରତର ହେବାକୁ ଲାଗିଛି । ଜାତୀୟ ରାଜପଥ ପ୍ରାଧିକାରଣ କତ୍ତୃପକ୍ଷ ଓ ଠିକାଦାରଙ୍କ କାର୍ଯ୍ୟ ଶୈଳୀକୁ ବିରୋଧ କରିଛନ୍ତି ଚୌଦ୍ୱାର ପ୍ରସିଦ୍ଧ କୁମାରପୂର୍ଣ୍ଣମୀ ରୂପଯାତ୍ରା ର କେନ୍ଦ୍ରୀୟ ଦଶହରା ପୂଜା କମିଟି ଓ ଗାନ୍ଧିଛକ ବଣିକ ସଙ୍ଘ । ଆଜି ଉଭୟ କମିଟିର ଏକ ମିଳିତ ପ୍ରତିନିଧି ମଣ୍ଡଳୀ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦେଶକ ପ୍ରମୋଦ କୁମାର ସାବତଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ଭେଟି ଦୁଇଟି ସ୍ମାରକପତ୍ର ପ୍ରଦାନ କରିଥିଲେ । ମଙ୍ଗୁଳିଠାରୁ ଧୂମାବତୀ ପର୍ଯ୍ୟନ୍ତ ଜାତୀୟ ରାଜପଥ ଏବେ ସମ୍ପୂର୍ଣ୍ଣ ଯାତାୟତ ଅନୁପଯୋଗୀ ହୋଇପଡିଛି । ମନଇଚ୍ଛା ରାସ୍ତାର ଉଭୟ ପାର୍ଶ୍ୱ କୁ ଖୋଲି ଦିଆଯାଇଥିବାରୁ ଶତାଧିକ ବ୍ୟବସାୟୀ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ସେହିପରି ରାସ୍ତାର ଦୁରବସ୍ଥା ଯୋଗୁଁ ଲକ୍ଷାଧିକ ଲୋକ ଦୈନିକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ଦୁଇ ବର୍ଷ ଧରି ଏହି ସମ୍ପ୍ରସାରଣ କାର୍ଯ୍ୟ ଚାଲୁଥିବରୁ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ରାସ୍ତା କାର୍ଯ୍ୟ ଶେଷ ନକରାଗଲେ ବାଧ୍ୟ ହୋଇ ବ୍ୟବସାୟୀ ମାନେ ଖାଇବାକୁ ନପାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ଏବଂ ଏଥିପାଇଁ ଜାତୀୟ ରାଜପଥ କତ୍ତୃପକ୍ଷ ଦାଇ ରହିବେ ବୋଲି ଗାନ୍ଧିଛକ ବଣିକ ସଙ୍ଘ ଚେତାବନୀ ଦେଇଛନ୍ତି ।ସେହିପରି ଦଶହରା ପୂଜା କମିଟି ଆନ୍ଦୋଳନ ଆରମ୍ଭ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ।ଗାନ୍ଧିଛକ ବଣିକ ସଙ୍ଘ ସଭାପତି ପ୍ରଦୀପ କୁମାର ନାୟକଙ୍କ ନେତୃତ୍ୟରେ ଯାଇଥିବା ଏହି ପ୍ରତିନିଧି ମଣ୍ଡଳୀରେ ରବିନାରାୟଣ ସାହୁ, ସୂର୍ଯ୍ୟନାରାୟନ ଦାସ,ବିଜୟ ବର୍ଦ୍ଧନ, ସୁରେଶ ଦାସ ସାମିଲ ହୋଇଥିଲେ ।ପ୍ରକଳ୍ପ ନିର୍ଦେଶକ ଖୁବ ଶୀଘ୍ର ଏଥିପ୍ରତି ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।


