ଜାତୀୟ ରାଜପଥ ମରାମତି ଓ ଫ୍ଲାଇଓଭର ନିର୍ମାଣ ଦାବୀ ଜୋର ଧରିଲା

ପାରାଦ୍ୱୀପ,(ପୀତବାସ ପ୍ରଧାନ): ପୂର୍ବଭାରତ ପ୍ରବେଶ ଦ୍ୱାର ପାରାଦ୍ୱୀପକୁ ଯିଏ ପ୍ରବେଶ କରିବ ସେ ସେଇଥିରୁ ଅନୁମାନ କରିବ ଯେ ପାରାଦ୍ୱୀପକୁ ଆସିବାକୁ ହେଲେ ଦୋଛକି ଦେଇ ଅଠରବାଙ୍କୀ ପାର ହେଲେ ପାରାଦ୍ୱୀପରେ ପହଂଚିବ । ଦୋଛକିରୁ ଅଠରବାଙ୍କୀ ରାସ୍ତା ଠାରୁ ଗାଁ ମାନଙ୍କରେ ଥିବା ରାସ୍ତା ଶହେଗୁଣ ଭଲ । ପ୍ରତିଦିନ ଦୁର୍ଘଟଶ ଘଟି ଧନଜୀବନ ନଷ୍ଟ ହେବା ପରେ ବି ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି । ଏହି ରାସ୍ତାର ପୁର୍ନଉଦ୍ଧାର ଓ ଜିରୋ ପଏଣ୍ଟରୁ ଅଠରବାଙ୍କୀ ପର୍ଯ୍ୟନ୍ତ ଏକ ପ୍ଳାଇ ଓଭର ବ୍ରିଜ୍ ନିର୍ମାଣ ପାଇଁ ଦାବୀ କରିଛି ପାରାଦ୍ୱୀପ ନାଗରିକ ମଞ୍ଚ । ମଞ୍ଚର ଅଧ୍ୟକ୍ଷ ଅୟସକାନ୍ତ ରାୟଙ୍କ ସମେତ ବହୁ ପୁରୁକ୍ଷ ଓ ମହିଳା ମଙ୍ଗଳବାର ଦିନ ଇଫକୋ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଇଫକୋ ଛକରେ ଟ୍ରାଫିକ ପୋଷ୍ଟ ନିର୍ମାଣ ସମେତ ଉପରୋକ୍ତ ଦାବୀ ନେଇ ମଞ୍ଚ ବିକ୍ଷୋଭ କରିବା ସହ ଏକ ଦାବୀପତ୍ର ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି । ଯଦି ଏକ ମାସ ମଧ୍ୟରେ ଏହି ସମସ୍ୟା ର ସମାଧାନ କରା ନଯାଏ ତେବେ ସଙ୍ଗଠନ ପକ୍ଷରୁ ରାସ୍ତାରୋକ ଓ ଆନ୍ଦୋଳନ କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ