ଜାତୀୟ ରାଜପଥ ରେ ୨ ଟ୍ରକ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର ଆହାତ
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ଥାନା ଅନ୍ତର୍ଗତ ଭାଗ୍ୟଲକ୍ଷ୍ମୀ ନଗର ଛକ ସ୍ଥିତ ୧୬ନଂ ଜାତୀୟ ରାଜପଥ ରେ ୨ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇ ଟ୍ରକ୍ର ଡ୍ରାଇଭର ,ହେଲପରଙ୍କ ସମେତ ୩ଜଣ ଆହତ ହୋଇଛନ୍ତି । ସେମାନେ ହେଲେ ଗୋଟିଏ ଟ୍ରକ୍ର ଡ୍ରାଇଭର କଲିକତା ଅଞ୍ଚଳର ଓମ୍ ପ୍ରକାଶ ଓ ହେଲପର ଉଷ୍ପେନ୍ଦ୍ର । ସେହିପରି ଅନ୍ୟ ଏକ ଟ୍ରକ୍ର ଡ୍ରାଇଭର ବିଶାଖପାଟଣା ଅଞ୍ଚଳର କ୍ରିଷ୍ଣା ରେଡ୍ଡୀ ବୋଲି ଜଣାପଡିଛି । ସେମାନଙ୍କୁ ପ୍ରଥମେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସଙ୍କଟାପନ୍ନ ଥିବା ନେଇ ଗୁରୁତର କ୍ରିଷ୍ଣାଙ୍କୁ ବ୍ରହ୍ମପୁର ପଠାଯାଇଥିଲା । ମିଳିଥିବା ସୂଚନାନୁସାରେ, ବ୍ରହ୍ମପୁର ଅଭିମୁଖେ ଥିବା ଏପି୩୧ଟିଡବ୍ଲୁ-୯୨୨୧ ନମ୍ବର ଏକ ଟ୍ରକ୍ ଭାରସାମ୍ୟ ହରାଇ ବିପରିତ ଦିଗରେ ଚେନ୍ନାଇ ଠାରୁ ପଶ୍ଚିମବଙ୍ଗ ଅଭିମୁଖେ ଥିବା ଡବ୍ଲୁବି୧୧ଡି-୫୮୯୩ ନମ୍ବର ଅନ୍ୟ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ସୂଚନା ପାଇ ଛତ୍ରପୁର ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହାତମାନଙ୍କୁ ଉଦ୍ଧାର କରି ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।


