ଜାତୀୟ ଲୋକ ଅଦାଲତରେ ଜିଲ୍ଲାଦୈାରାଜଜଙ୍କ କୋର୍ଟରେ ୨୦ଟି ମାମଲାର ଫଇସଲା

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡାରେ ଶନିବାର ଜାତୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାଦୈାରାଜଜ ବାସୁଦେବ ପଣ୍ଡା ୨୦ଟି ମଟରଯାନ ଦୂର୍ଘଟଣା ଜନିତ ମାମଲାର ବିଚାରକରି ୮୪ଲକ୍ଷ ୬୧ହଜାର ଟଙ୍କାର କ୍ଷତିପୁରଣ ପ୍ରଦାନ ନିମନ୍ତେ ବୀମାକମ୍ପାନୀକୁ ନିର୍ଦେଶ ଦେଇଥିବା ସୂଚନାମିଳିଛି । ସେହିମାମଲା ଗୁଡିକ ମଧ୍ୟରୁ ଏମ.ଏ.ସି.ଟି.କେଶ ନମ୍ବର ୧୧୭/୨୦୧୮ରେ ଜଗତପୁର ଥାନା ଅନ୍ତର୍ଗତ ପିରବଜାରର ସୂର୍ଗତ ଶରତ ନାୟକଙ୍କ ପତ୍ନୀ ମାଳତୀ ନାୟକଙ୍କୁ ୯ଲକ୍ଷ ୫୦ହଜାର ଟଙ୍କା ୩ତିପୁରଣ ପ୍ରଦାନ ନିମନ୍ତେ ଜିଲ୍ଲାଜଜ ଶ୍ରୀ ପଣ୍ଡା ନିର୍ଦେଶ ଦେଇଛନ୍ତି । ଘଟଣା ଅନୁଯାଇ ଗତ ୨୦୧୮ମସିହା ଅଗଷ୍ଟମାସ ୨୮ତାରିଖ ରାତି ପ୍ରାୟ ଗୋଟାଏ ସମୟରେ ଏକ ଟାଟା ଏସିର ଗାଡିଚାଳକ ଶରତ ନାୟକ ପଟ୍ଟାମୁଣ୍ଡାରୁ କଟକ ଫେରୁଥିବା ସମୟରେ ତାଙ୍କ ଗାଡିକୁ ଅନ୍ୟଏକ ୪୦୭ ଗାଡି ସମ୍ମୁଖ ଭାଗରୁ ଧକ୍କାଦେବାରୁ ଘଟଣାସ୍ଥଳରେ ଶରତଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ମାମଲାର ବିଚାରକରି ଜିଲ୍ଲାଜଜ ଉପରୋକ୍ତ ନିର୍ଦେଶ ଦେଇଛନ୍ତି । ଏମ.ଏ.ସି.ଟି. କେଶ ନମ୍ବର ୧୭୦/୨୦୧୮ରେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମୂଳବସନ୍ତ ଛକରେ ଗତ ୨୦୧୮ମସିହା ମାର୍ଚ୍ଚମାସ ୧ତାରିଖରେ ରାତି ପ୍ରାୟ ୧୦ଟା ସମୟରେ ଘରକୁ ଚାଲିଚାଲି ଫେରୁଥିବା ବେଳେ ମୂଳବସନ୍ତ ଗ୍ରାମର ରଞ୍ଜନ ମଳିକଙ୍କୁ ଏକ ବାଇକ ଧକ୍କା ଦେଇଦେବାରୁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେହି ମାମଲାର ବିଚାର କରି ଜିଲ୍ଲାଜଜ ରଞ୍ଜନଙ୍କ ପତ୍ନୀ ଲକ୍ଷ୍ମୀ ମଳିକଙ୍କୁ ୮ଲକ୍ଷ ୬୦ହଜାର ଟଙ୍କା କ୍ଷତିପୁରଣ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି । ଏମ.ଏ.ସି.ଟି. କେଶ ନମ୍ବର ୯୨/୨୦୧୮ରେ ଡେରାବିଶି ଥାନା ଅନ୍ତର୍ଗତ ନେତୁଆ ଗ୍ରାମର ରମେଶ ମଳିକ ଗତ ୨୦୧୮ମସିହା ଜୁନମାସ ୧୧ତାରିଖ ସକାଳ ସାଢେ୮ଟା ସମୟରେ ଗ୍ରାମରାସ୍ତାରେ ଏକ କ୍ଷୀରଗାଡି ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେହିମାମଲାର ବିଚାରକରି ଜିଲ୍ଲାଜଜ ରମେଶଙ୍କ ପତ୍ନୀ ମିନତୀ ମଳିକଙ୍କୁ ୮ଲକ୍ଷ ୫୦ହଜାର କ୍ଷତିପୁରଣ ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି । ଏମ.ଏ.ସି.ଟି. କେଶ ନମ୍ବର ୫୪/୨୦୧୯ରେ ପାଟକୁରା ଥାନା ଅନ୍ତର୍ଗତ ସମସରା ଗ୍ରାମର ପ୍ରକାଶ ଚନ୍ଦ୍ର ସାହୁ ଗତ ୨୦୧୯ମସିହା ମାର୍ଚ୍ଚମାସ ୨୦ତାରିଖ ଅପରାହ୍ନ ଗୋଟାଏ ୪୦ମିନିଟ ସମୟରେ ଏକ ବାଇକପଛରେ ବସି ନଦୀବନ୍ଧ ରାସ୍ତାରେ ଯାଉଥିବା ବେଳେ ବାଇକ ଆଗକୁ ଏକ ମାଙ୍କଡ ଚାଲିଆସିବାରୁ ବାଇକଚାଳକ ଭାରସାମ୍ୟ ହରାଇ ବନ୍ଧତଳକୁ ଖସିପଡିଥିଲେ । ଫଳରେ ସେହି ବାଇକପଛରେ ବସିଥିବା ପ୍ରକାଶଙ୍କର ପାଟକୁରା ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିଲା । ସେହିମାମଲାର ବିଚାର କରି ଜିଲ୍ଲାଜଜ ପ୍ରକାଶଙ୍କ ପତ୍ନୀ ସିପ୍ରା ସାହୁଙ୍କୁ ୮ଲକ୍ଷ ୩୦ହଜାର ଟଙ୍କା କ୍ଷତିପୁରଣ ଦେବାକୁ ନିର୍ଦେଶ ଦେଇଛନ୍ତି । ଏମ.ଏ.ସି.ଟି. କେଶ ନମ୍ବର ୬୦/୨୦୧୯ ରେ ଡେରାବିଶି ଥାନା ଅନ୍ତର୍ଗତ ନହଙ୍ଗ ଗ୍ରାମର ସୁଶାନ୍ତ କୁମାର ସିଂ ଗତ ୨୦୧୯ମସିହା ଜାନୁଆରୀମାସ ୧୪ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବାଇକ ଯୋଗେ କୁଲାଇଲୋରୁ ଘରକୁ ଫେରୁଥିବା ବେଳେ ମଙ୍ଗୁଳିଛକ ରେଳବାଇ ଲେଭଲକ୍ରସିଂ ନିକଟରେ ତାଙ୍କ ପଛପଟରୁ ଏକ ଟ୍ରକ ଧକ୍କାଦେବାରୁ କଟକ ବଡ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେହି ମାମଲାର ବିଚାରକରି ଜିଲ୍ଲାଜଜ ସୁଶାନ୍ତଙ୍କ ପତ୍ନୀ ନଳିନୀ ସିଂଙ୍କୁ ୮ଲକ୍ଷ ୫୦ହଜାର ଟଙ୍କା କ୍ଷତିପୁରଣ ଦେବାକୁ ନିର୍ଦେଶ ଦେଇଛନ୍ତି । ସେହିପରି ଏମ.ଏ.ସି.ଟି. କେଶ ନମ୍ବର ୧୬୫/୨୦୧୮ରେ ରାଜନଗର ଥାନା ଅନ୍ତର୍ଗତ ପଂଚୁପଲ୍ଲୀ ଗ୍ରାମର ସୁଶାନ୍ତ କୁମାର ନାୟକ ଓ କାବେରୀ ମହାନ୍ତିଙ୍କ ୭ବର୍ଷର ଝିଅ ଗତ ୨୦୧୮ମସିହା ଅକ୍ଟୋବରମାସ ୨୯ତାରିଖ ଅପରାହ୍ନ ପ୍ରାୟ ୩ଟା ସମୟରେ ଘରୁ ଚାଲି ଚାଲି ଟ୍ୟୁସନକୁ ଯାଉଥିବା ବେଳେ ଏକ ସ୍କର୍ପିଓ ଧକ୍କାଦେବାରୁ କେନ୍ଦ୍ରାପଡା ଡାକ୍ତରଖାନାରେ ତା’ର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା । ସେହି ମାମଲାର ବିଚାରକରି ଜିଲ୍ଲାଜଜ ଶ୍ରୀ ପଣ୍ଡା ଝିଅର ମା କାବେରୀ ମହାନ୍ତିଙ୍କୁ ୨ଲକ୍ଷ ୮୫ହଜାର ଟଙ୍କା କ୍ଷତିପୁରଣ ପ୍ରଦାନ କରିବାକୁ ବୀମା କମ୍ପାନୀକୁ ନିର୍ଦେଶ ଦେଇଥିଲେ । କ୍ଷତିଗ୍ରସ୍ତଙ୍କ ପକ୍ଷରୁ ଆଇନଜୀବି ସୁରେନ୍ଦ୍ର ନାଥ ସାହୁ ମକ୍କଦମା ପରିଚାଳନା କରୁଥିବା ବେଳେ ବୀମା କମ୍ପାନୀ ପକ୍ଷରୁ ଆଇନଜୀବି ମହମ୍ମଦ ନଇମ ମକ୍କଦମା ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ