ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳନ, ବ୍ଲକ୍ ସ୍ତରୀୟ ଲିଖିତ କୁଇଜ ପ୍ରତିଯୋଗିତା

ନୂଆପଡା, (ଡୋଲେଶ୍ବର ବାଗ):ନୂଆପଡା ଜ଼ିଲ୍ଲା ଖଡ଼ିଆଳ ରେ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ଲିଖିତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍ ନବୀନ କିଶୋର ପାଢ଼ୀ ଯୋଗଦେଇ ବର୍ତ୍ତମାନ ପରିସ୍ଥିତିରେ ଶକ୍ତି ସଂରକ୍ଷଣର ଆବଶ୍ୟକତା ସଂପର୍କରେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ବେହେରା , ଗୌରାଙ୍ଗ କୁମାର ସାହୁ , ରାଜଶ୍ରୀ ଦଣ୍ଡସେନା , ନିରଞ୍ଜନ ବିଶ୍ୱାଳ , ଧନଞ୍ଜୟ ମଲ୍ଲିକ , ପୁଷ୍ପାଞ୍ଜଳି ମହାପାତ୍ର ଓ ସରସ୍ବତୀ ରାଉତ ପ୍ରତିଯୋଗିତାରେ ଉଭୟ ନିରୀକ୍ଷକ ଓ ପରୀକ୍ଷକ ଦାୟିତ୍ୱ ନିର୍ବାହ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ବୁଢ଼ା ଦେଓ ଉଚ୍ଚ ବିଦ୍ୟାଳୟ ଦାବ୍ରିର ଛାତ୍ର ମହେଶ୍ବର ଜଗତ ପ୍ରଥମ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବାଦିର ବଣ୍ଟି ସତନାମୀ ଦ୍ୱିତୀୟ ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଡୁଆଝରର ଛାତ୍ରୀ ହଂସିନୀ ନାଗ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ