ଜାତୀୟ ଶକ୍ତି ସଂରକ୍ଷଣ ଦିବସରେ କୁଇଜ୍ ପ୍ରତିଯୋଗିତା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ନୋଡାଲ ହାଇସ୍କୁଲ ପରିସରରେ ରବିବାର ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି।ପ୍ରଧାନଶିକ୍ଷୟିତ୍ରୀ ବିଦ୍ଯୁତଲତା ମହାରଣାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ଯକ୍ରମରେ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋରେଶ ସେଠୀ ମୂଖ୍ଯ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।ସେହିଭଳି ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ସହଗୋଷ୍ଠୀ ଶିକ୍ଷା ଅଧିକାରୀ ବାଳା ମାଝୀ, ରସାନନ୍ଦ ଘଡେଇ, ବିଶ୍ରବା ପାଇକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ବ୍ଲକ ଅନ୍ତର୍ଗତ ୩୪ ଟି ହାଇସ୍କୁଲର ୧୬୪ ଛାତ୍ରୀ ଛାତ୍ର ଅଂଶ ଗ୍ରହଣ କରିଥିଲେ।ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ, ବଳରାମ ବେହେରା, କେ. ଗୌରବ ଦୋରା, ଜିତେନ୍ଦ୍ର ପ୍ରଧାନ ଏବଂ ଶିକ୍ଷୟିତ୍ରୀ କିରଣ ସାହୁ ପ୍ରତିଯୋଗୀଙ୍କ ଉତ୍ତର ମୂଲ୍ଯାଙ୍କନ କରି ବମକୋଇର ଦୀପକ ପ୍ରଧାନ, ଗୋକର୍ଣ୍ଣପୁରର ସନ୍ତୋଷ ଡାକୁଆ ଏବଂ ଚାଞ୍ଚଡାପଲ୍ଲୀ ପ୍ରକଳ୍ପ ଉଚ୍ଚ ବିଦ୍ଯାଳୟର ଛାତ୍ରୀ ଶୁଭସ୍ମିତା ନାୟକଙ୍କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଘୋଷଣା କରିଥିଲେ।ପରେ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।ସମସ୍ତ ସିଆରସିସି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।