ଜାତୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ରେ ଗୁରୁ ରଘୁନାଥ

(ଯୁଗାବ୍ଦ ନ୍ୟୁଜ) ରାଉଲକେଲା ସ୍ଥିତ ମାଁ ବାଟମଙ୍ଗଳା କମ୍ୟୁନିଟ ହଲ ଠାରେ ଦ୍ୱିତୀୟ ଜାତୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଝାରସୁଗୁଡା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ହିମାଂଶୁ ଶେଖର ବେହେରା ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ରାଉରକେଲା ର ଉପ ଜିଲ୍ଲାପାଳ ବିଶି କେଶନ ଦେହୁରୀ ,ଡେପୁଟି କମିଶନର ଶ୍ରୀମତି ସିତା ଦେବୀ ମାଝୀ ,ଡା.ରାମହରି ଦାଶ , ଶିଳ୍ପପତି ଶ୍ରୀ ଅତୁଲ ଗର୍ଗ, ବି.ଏସ.ଏନ.ଏଲ ସାଧାରଣ ପରିଚାଳକ ଶ୍ରୀଗୁରୁ ଦାସ ମେହର , ବିଶିଷ୍ଟ ସଂଙ୍ଗୀତ ଗବେଷକ ଗୁରୁ ରଘୁନାଥ ପାତ୍ର , ମୁଖ୍ୟ ଆୟୋଜକ ରାଜକିଶୋର ପାଢି ପ୍ରମୁଖ ଯୋଗ ଦେଇଥିଲେ । ଗୁରୁରଘୁନାଥ ପାତ୍ର ତାଙ୍କ ବକ୍ତବ୍ୟର ଶାସ୍ତ୍ରୀୟ ସଂଙ୍ଗୀତ ର ଉପାଦେୟତା ଓ ମନୁଷ୍ୟ ଉପରେ ବିଭିନ୍ନ ରାଗ ରାଗୀଣି ର ପ୍ରଭାବରେ ସର୍ମ୍ପକରେ ବୁଝାଇଥିଲେ । ଏହି ସାମାରୋହରେ ଭାରତ ର ବିଭିନ୍ନ ରାଜ୍ୟ ତଥା ରାଜ୍ୟ ବାହାରୁ ସଙ୍ଗୀତଜ୍ଞ ମାନେ ନିଜନିଜ କଳା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜୟଦେବ କଳା ବିକାଶ କେନ୍ଦ୍ର ଓ ଜଗଦା ସାଂସ୍କୃତିକ କେନ୍ଦ୍ର ରାଉରକେଲା ଆୟୋଜନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ