ଜାତୀୟ ଶିକ୍ଷାନୀତି ବାତିଲ୍ ଦାବିରେ ଏ.ଆଇ.ଏସ୍‌.ଏଫ୍‌.ର ପ୍ରତିବାଦ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ମହାମାରୀର ସୁୋଗ ନେଇ ସମସ୍ତ ଗଣତାନ୍ତ୍ରୀକ ପ୍ରକ୍ରିୟା ଓ ସଂଘୀୟ ବ୍ୟବସ୍ଥାକୁ ପଦଦଳିତ କରି ଜାତୀୟ ଶିକ୍ଷାନୀତି-୨୦୨୦କୁ କେନ୍ଦ୍ର କ୍ୟାବିନେଟ୍ ର ମଞ୍ଜୁରୀ ବିରୁଦ୍ଧରେ ଅଖିଳ ଭାରତ ଛାତ୍ରସଂଘ(ଇଓଝୠ) ପକ୍ଷରୁ ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ ପ୍ରତିବାଦ କର।।ଇ ବାତିଲ୍ ପାଇଁ ଦାବି କର।।ଇଛି ।ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆବର୍ଗକୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ କରିବା,ଶିଶୁ ଶ୍ରମିକ ବୃଦ୍ଧି କରିବା,ଛାତ୍ର ସଂସଦ ନିର୍ବାଚନ ବନ୍ଦ୍ କରିବା ଓ ଶିକ୍ଷାନୁଷ୍ଠାନକୁ କେବଳ ଶିକ୍ଷା ବ୍ୟବସାୟର ମାଧ୍ୟମ କରିବା ପାଇଁ ଏ ଶିକ୍ଷାନୀତି ଜରିଆରେ ସରକାରଙ୍କ କର୍ପୋରେଟ୍ ପ୍ରେମ ସ୍ପଷ୍ଟ ଜଣାପଡୁଥିବା ସଙ୍ଘର ଅଭିୋଗ । ଏ.ଆଇ.ଏସ୍‌.ଏଫ୍ ର ରାଜ୍ୟ ସଭାନେତ୍ରୀ ସଙ୍ଘମିତ୍ରା ଜେନା କହିଛନ୍ତିକେନ୍ଦ୍ରୀକରଣ,ଧନ୍ଦାଭିମୁଖୀକରଣ,ବ୍ୟବସାୟୀକରଣ ଓ ସାମ୍ପ୍ରଦାୟିକରଣ ପାଇଁ ମାର୍ଗ ପ୍ରଶସ୍ତ କରିଛି । ଧର୍ମନିରପେକ୍ଷତା ଶବ୍ଦକୁ ଏହି ଶିକ୍ଷାନୀତିରେ ସ୍ଥାନ ନମିଳିବା ସରକାରଙ୍କ ସାମ୍ପ୍ରଦାୟିକ ମନୋଭାବକୁ ପଦାରେ ପକାଇଛି । କେବଳ ଶୈଖିକ ସଂରଚନାରେ ପରିବର୍ତ୍ତନ କଲେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଏନି,ଏହା କେବଳ ଏକ କସମେଟିକ୍ ପରିବର୍ତ୍ତନ । ସଂସ୍କୃତ ଶିକ୍ଷାକୁ ଗୁରୁତ୍ୱ ଦିଅ।।ଇ ଇଂରାଜୀର ଗୁରୁତ୍ୱ ହ୍ରାସ କରିବା, ଷଷ୍ଠ ଶ୍ରେଣୀରୁ ଭୋକେସନାଲ୍ ଶିକ୍ଷା ଓ ଇନଟର୍ଣ୍ଣସିପ୍ ଆଦି ବହୁ ଶିକ୍ଷା ବିରୋଧି ଦକ୍ଷେ ଜାତୀୟ ଶିକ୍ଷାନୀତିରେ ଉଲ୍ଲେଖ ହୋଇଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସଂସ୍ଥାମାନଙ୍କୁ ଭାଙ୍ଗି କେବଳ ଗୋଟିଏ ସଂସ୍ଥା ଏଚ୍‌.ଇ.ସି.ଆଇ ଗଠନ କରି ଅଧ୍ୟକ୍ଷ ଦରେ ପ୍ରଧାନମନ୍ତ୍ରୀ ଓ ସମୁଦାୟ ୧୨ଜଣିଆ କମିଟିରେ ମାତ୍ର ଦୁଇଜଣ ଶିକ୍ଷା ଗବେଷକ ରହିବାର ନିଷ୍ପତ୍ତି ଉଚ୍ଚଶିକ୍ଷାକୁ ଧ୍ୱସାଭିମୁଖୀ କରାଇବ । ୧୦୦ଟି ବିଦେଶୀ ବିଶ୍ୱବିଦ୍ୟାଳୟ ଭାରତରେ ଶାଖା ଖୋଲିବା ନିଷ୍ପତ୍ତି ଓ ଅନ୍ ଲାଇନ୍ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବା ନିଷ୍ପତ୍ତି ଶିକ୍ଷାକୁ ସୂଂର୍ଣ୍ଣ ବଜାରରେ ରିଣତ କରିବ । ଶିକ୍ଷାନୁଷ୍ଠାନମାନଙ୍କୁ ଫାଇନାନ୍ସିଆଲ୍ ଅଟୋନୋମି ଦିଆଯିବା ଅର୍ଥ ଫି’ ବୃଦ୍ଧି,ଶିକ୍ଷକଙ୍କ ଦରମା କାଟ୍ ଓ ସେଲ୍ଫଫାଇନାସ୍ ମଡେଲ୍ ଶିକ୍ଷାକୁ ଅଧିକ ୍େରାତ୍ସାହିତ କରିବ । ୟୁଜିସି ବଦଳରେ ଗଠିତ ଏଚ୍‌.ଇ.ଜି.ସି ଶିକ୍ଷାନୁଷ୍ଠାନମାନଙ୍କୁ ଆର୍ôଥକ ଅନୁଦାନ ନଦେଇ ଋଣ ଦେବ,ଅର୍ଥାତ୍ ସେ ଅର୍ଥରାଶି ଶିକ୍ଷାନୁଷ୍ଠାନକୁ ଫେରାଇବାକୁ ବାଧ୍ୟ । ତେଣୁ ଏହା ସ୍ପଷ୍ଟ ଯେ ଟଙ୍କା ଦେଇ ଡିଗ୍ରୀ କିଣାିବାର ବ୍ୟବସ୍ଥାକୁ ସରକାରୀ ନୀତି କରିଦିଆିବ । କେଜି ଠାରୁ ିଜି ର୍ପ୍ୟନ୍ତ ସମସ୍ତଙ୍କୁ ଏକ ପ୍ରକାର ଓ ବିଜ୍ଞାନ ସମ୍ମତ ଶିକ୍ଷାଦାନର ଦାୟିତ୍ୱ ସରକାର ବହନ କରିବା ସହ ଦେଶ ବିରୋଧି ଜାତୀୟ ଶିକ୍ଷାନୀତି-୨୦୨୦ ବାତିଲ୍ ପାଇଁ ଏ.ଆଇ.ଏସ୍‌.ଏଫ୍‌. ପକ୍ଷରୁ ଦାବି କର।।ଇଛି । ଏହି ପ୍ରତିବାଦରେ କୁମାରୀ ରଶ୍ମୀ,ବିବେକ କୃଷ୍ଣା,ଲିନ ପରିଡା,ରବିନ୍ଦ୍ର ବାରିକ,ସୀମା ସ୍ୱାଇଁ,କୁମାରୀ ଜୟନ୍ତୀ ପ୍ରମୁଖ ୨୫ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ୍ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ