ଜାତୀୟ ଶିକ୍ଷାନୀତି 2020 ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ

ଭଞ୍ଜନଗର (ସନ୍ତୋଷ ଜେନା): ଭଞ୍ଜନଗର ବ୍ଳକ ଡୁମାକୁମ୍ପା ଓ ବଡକୋଦଣ୍ଡା କ୍ଳଷ୍ଟର ସ୍ତରୀୟ ଜାତୀୟ ଶିକ୍ଷାନୀତି 2020 ସମ୍ବନ୍ଧୀୟ ଆଲୋଚନା ଚକ୍ର ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ସି.ଆର୍.ସି.ସି ମୋହନ ସାହୁ ଓ ତ୍ରିନାଥ ବେହେରା ସମ୍ବଳ ଶିକ୍ଷକ ରୂପେ ଜାତୀୟ ଶିକ୍ଷାନୀତି2020 ସମ୍ବନ୍ଧୀୟ ଆଲୋଚନା କରିଥିଲେ l ଉଭୟ କ୍ଳଷ୍ଟରର ପ୍ରାୟ ପଚାଶରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l ଏହା ସହ ଫାଉଣ୍ଡେସନ ଲିଟରେସି ନ୍ୟୁମେରେସି,ନେସନାଲ ଏଚିଭମେଣ୍ଟ ସର୍ଭେ, ୱାସ ପ୍ରୋଗ୍ରାମ ଆଦି ବିଷୟରେ ମଧ୍ୟ ଆଲୋଚନା କରାଯିବା ସହ ପିଲାଙ୍କୁ କିପରି ଡୋର ଷ୍ଟେପରେ ନାସ୍ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ବଣ୍ଟନ ହେବ ,ଡେଡିକେଟେଡ ଟିଚରସ୍ କିପରି ଏଫ.ଏଲ୍.ଏନ୍ କାର୍ଯ୍ୟକ୍ରମ ପରିଚାଳନା କରିବେ ଏବଂ ୱାସ ପ୍ରୋଗ୍ରାମ ଅଧିନରେ କିପରି ବିଦ୍ୟାଳୟଗୁଡିକରେ ପାନୀୟ ଜଳ ଉପଲବ୍ଧ, ସ୍ବଚ୍ଛ ଟୟଲେଟ ଏବଂ ଉତ୍ତମ ସାନିଟାଇଜେସନ ବ୍ୟବସ୍ଥା ପାଇଁ ଯୋଜନା କରାଯିବ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା l ଶେଷରେ ଶିକ୍ଷକ ରାମପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ