ଜାତୀୟ ସଂଗୀତ ଚିତ୍ରକଳା କେନ୍ଦ୍ର ପକ୍ଷରୁ ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀ ପାଳିତ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) ସ୍ଥାନୀୟ ଅଗ୍ରଣୀ ସାମାଜିକ ଓ ବୈଷୟିକ ପ୍ରତିଷ୍ଠାନ ଜାତୀୟ ସଙ୍ଗୀତ କଳା କେନ୍ଦ୍ର ପକ୍ଷରୁ ଉକ୍ରଳମଣି ଗୋପବନ୍ଧୁ ଦାଶଙ୍କ ଜନ୍ମ ଜୟନ୍ତୀ ଅବସରରେ କଳାକେନ୍ଦ୍ର ପରିସରସ୍ଥ ଭକ୍ତି ମଣ୍ଡପଠାରେ ମହାସମାରୋହରୋ ପାଳିତ ହୋଇଯାଇଛି । ପଣ୍ଡିତ ଗୋପବନ୍ଧୁ ଦାସ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହମ କରିଥିଲେ । ସେ ଏକାଧାରରେ ଜଣେ ରାଜନୈତିଜ୍ଞ, ସାହିତ୍ୟିକ, ସମାଜସେବୀ ଓ ଶିକ୍ଷାବିତ, ସଂଗଠକ ଥିଲେ । ଗଞ୍ଜାମ ଜିଲ୍ଲାରୁ ସାମ୍ବାଦିକ , ସାହିତ୍ୟର ଉଦ୍ରେକ ହୋଇଥିବାରୁ ଏକଦା ସେ କହିଥିଲେ, ଧନ୍ୟ ହେ ତୁମେ ଗଞ୍ଜାମବାସୀ , ଧନ୍ୟ ତୁମ୍ଭ ବଳ । ପ୍ରଫେସର ଡଃ. କୃଷ୍ଣ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ପ୍ରଫେସର ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ମୁଖ୍ୟ ସମ୍ମାନୀତ ଅତିଥୀ ଭାବେ ରମେଶ ଚନ୍ଦ୍ର ତ୍ରିପାଠୀ, ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ଆଦରକ୍ଶ ଓ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିବା ସହିତ ଗୋପବନ୍ଧୁଙ୍କ ସଂପର୍କରେ ବିଭିନ୍ନ ତଥ୍ୟ ଉପସ୍ଥାପନା କରିଥିଲେ । କଳାକେନ୍ଦ୍ରର ସଂପାଦକ ସୁର ଗୌରବ କୃଷ୍ଣ ପ୍ରସାଦ ସାବତ ସର୍ବପ୍ରଥମେ ଆନୁଷ୍ଠାନିକ ଭାବେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବୃନ୍ଦାବନ ପରିଜା, ଦିବାକର ପାତ୍ର, ବିଜୟ କୁମାର ପାତ୍ର, ଶୁଭେନ୍ଦୁ କୁମାର ସାମନ୍ତରାୟ, ମନୋଜ କୁମାର ପାଢୀ, ସୁବାଷ ଚନ୍ଦ୍ର ସାହୁ, ରୋଶନ , ଭାଗ୍ୟଲତା ପଣ୍ଡା, ରମାମଣି ସାବତ ପ୍ରମୁଖ ଯୋଗଦେଇଥିଲେ ।