ଜାତୀୟ ସଂହତି ଓ ସାମାଜି ଏକତା ବଜାୟ ରଖିବାକୁ ଆହ୍ବାନ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଶିକ୍ଷାରେ ସମାଜ ସେବାକୁ ଏକ ସ୍ୱେଚ୍ଛାକୃତ କାର୍ଯ୍ୟ ଭାବେ ପ୍ରଚଳନ କରିବାକୁ ୧୯୬୯ ମସିହା ସେପ୍ଟେମ୍ବର ୨୪ ତାରିଖରେ ରାଷ୍ଟ୍ରୀୟ ସେବା ଯୋଜନାର ଶୁଭାରମ୍ଭ ହୋଇଥିଲା।ଗୋଷ୍ଠୀ ସେବା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱର ବିକାଶ ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଏହି ଯୋଜନାର ଆଦର୍ଶ ହେଉଛି ‘ମୋ ପାଇଁ ନୁହେଁ, ଆପଣଙ୍କ ପାଇଁ’ ଛାତ୍ରଛାତ୍ରୀମାନେ ନିଜକୁ ବୁଝିବା ସହ ଗୋଷ୍ଠୀ ସହ ସେମାନଙ୍କ ସମ୍ପର୍କକୁ ଜାଣିବା, ସମସ୍ୟାକୁ ଚିହ୍ନଟ କରିବା ଓ ତା’ର ସମାଧାନ କରିବା, ନେତୃତ୍ୱ ଓ ଗଣତାନ୍ତ୍ରିକ ଚିନ୍ତାଧାରା ସୃଷ୍ଟି କରିବା, ଜାତୀୟ ସଂହତି ଓ ସାମାଜିକ ଏକତା ପାଇଁ କାର୍ଯ୍ୟ କରିବା, ଏହି ଯୋଜନାର ମୂଳ ଲକ୍ଷ୍ୟ। ଏହି ପରିପ୍ରେକ୍ଷୀରେ ଧାମନଗର ବ୍ଲକ ଅଧୀନସ୍ଥ କୋଠାର ସ୍ଥିତ ମା ସାରଦା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧ୍ୟାପକ ଶ୍ରୀଧର ସାହୁଙ୍କ ସଂଯୋଜନା ରେ, ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ୱ ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିର କୁ ଉଦ୍ଘାଟନ କରିଥିଲେ, ମୁଖ୍ୟ ଅତିଥି କ୍ରୀଡା,ସଂସ୍କୃତି,ଉଚ୍ଚଶିକ୍ଷା,ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ପ୍ରତିନିଧି ଅଶୋକ କୁମାର ପୁହାଣ।ବରେଣ୍ୟ ଅତିଥିଭାବେ ଯୋଗଦାନ କରିଥିଲେ ଲାୟନ୍ସ କ୍ଲବ ଭଦ୍ରକର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ପ୍ରଲବ୍ଧ ଜେନା । ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ଲାୟନ୍ସ କ୍ଲବ ଭଦ୍ରକ ର ପ୍ରାକ୍ତନ ଡିଷ୍ଟ୍ରିଟ ଗଭର୍ଣ୍ଣର ପ୍ରହଲ୍ଲାଦ କୁମାର ମହାନ୍ତି। ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ରାଜ୍ୟ ପୁରସ୍କାର ପ୍ରାପ୍ତ ଏନ ଏସ ଏସ ଅଧିକାରୀ ଅଧ୍ୟାପକ ରବୀନ୍ଦ୍ର କୁମାର ପାଣିଗ୍ରାହୀ ଓ ସାରଦାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ପୁଷ୍ପାଞ୍ଜଳି ରାଉତ। ସେହିପରି ଭାବେ ସଭାର ଦ୍ଵିତୀୟ ଅର୍ଦ୍ଧଭାଗ ସଭାରେ ମୁଖ୍ୟ ଅତିଥି ଭାବେ ଡ଼କ୍ଟର ଇମ୍ରାନ ଅଲ୍ଲୀ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଶ୍ରଦ୍ଧା ସୁମନ ଧଳ, ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ଦୀପ୍ତି ରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସେବା ର ମହତ୍ତ୍ଵ ପ୍ରତିପାଦନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଲୋକେଶ କୁମାର ପଣ୍ଡା। ଏହି ଯୁବ ନେତୃତ୍ୱ ଶିବିର ତିନିଦିନ ବ୍ୟାପି ଅନୁଷ୍ଠିତ ହେବ। ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ଉକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ