ଜାତୀୟ ସବୁଜ ବାହିନୀ ଦ୍ୱାରା ବନ ମହୋତ୍ସବ ପାଳିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ନିକଟସ୍ଥ ସିମିଳି ପଞ୍ଚାୟତ ଆର୍ତ୍ତତ୍ରାଣ କାର୍ତ୍ତିକଶ୍ୱର ବିଦ୍ୟାପୀଠ ଓ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ର ମିଳିତ ସହଯୋଗ ରେ ୭୫ ତମ ବନ ମହୋତ୍ସବ ସପ୍ତାହ ବିଦ୍ୟାଳୟ ପରିସରରେ ମହା ସମାରୋହର ସହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କୋଣାର୍କ ସାହିତ୍ୟ ସଂସଦ ର ସମ୍ପାଦକ ତଥା ସି ଆର ସି ସି ରବୀନ୍ଦ୍ର ନାଥ ବାହିନୀ ପତି ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ରାମକୃଷ୍ଣ ମହାନ୍ତି ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବରେ ବନପାଳ କୈଳାଶ ଚନ୍ଦ୍ର ନାୟକ, ବନପାଳ ଯୋଗେନ୍ଦ୍ର ପ୍ରଧାନ, ଏନ. ସି. ସି ଅଧିକାରୀ ଦିଲିପ କୁମାର ନାୟକ, ସ୍କାଉଟ ମାଷ୍ଟର ମାନସ କୁମାର ମୁଦୁଲି, ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ବେହେରା, ଅକ୍ଷୟ ପାତ୍ର ଫାଉଣ୍ଡେସନ ର ପ୍ରବୀର କୁମାର ରଥ ପ୍ରମୁଖ ଉଦବୋଧନ ଦେଇ ପ୍ରତ୍ୟକ ଛାତ୍ର ଛାତ୍ରୀ ନିଜ ନିଜର ମା ଙ୍କ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ, ମୁଖ୍ୟ ଅତିଥି ସମସ୍ଥ ଙ୍କୁ ଶପଥ ପାଠ କରାଇଥିଲେ । ବିଦ୍ୟାଳୟ ପରିସରରେ ବଉଳ, କରଞ୍ଜ, ଆମ୍ବ, ଲିମ୍ବ, ଗଛ ମାନ ରୋପଣ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ରବୀନ୍ଦ୍ର ଦିବେଦୀ, ନିହାରିକା ମହାନ୍ତି, ଚିତ୍ରlଞ୍ଜଳି ନାୟକ, କୃଷ୍ଣ ଚନ୍ଦ୍ର ଲେଙ୍କା, ଅଭୟ ଲେଙ୍କା, କାଁହୁଚରଣ ବିଶ୍ୱାଳ, ଜୋତ୍ରୀମାୟ ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ