ଜାତୀୟ ସାକ୍ଷରତା ଦିବସ ପାଳିତ

ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଏବଂ ୟୁନିସେଫ ମିଳିତ ଭାବେ ଆଜି ବିଭିନ୍ନ ବ୍ଲକରେ ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇ ଯାଇଛି । ଜିଲ୍ଲାର ୧୨ଟି ବ୍ଲକର ଜିଲ୍ଲା ସମନ୍ୱିତ ଶିଶୁ ବିକାଶ ଅଧିକାରୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ମାନଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ କିଶୋର ବାଳକ, ବାଳିକା ତଥା ଛାତ୍ରଛାତ୍ରୀ ମାନେ ସାମାଜିକ ଦୁରତା ର କ୍ଷା କରି ଏବଂ ମାସ୍କ ପିନ୍ଧି ବାଲ୍ୟ ବିବାହକୁ ନା, ସ୍କୁଲକୁ ହଁ ର ଶପଥ ପାଠ କରିଥିଲେ । ଏଥି ସହ ଶୋଭାଯାତ୍ରା, ପଥପ୍ରାନ୍ତ ନାଟକ ଏବଂ ମାନବ ଶୃଙ୍ଖଳ ମାଧ୍ୟମରେ ଜନସାଧାରଣଙ୍କୁ ବାଲ୍ୟ ବିବାହ ନକରିବା, ବାଳିକା ଶିକ୍ଷା ଦେବା ଆଦି ଉପରେ ଲୋକଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ ଏବଂ ଶିଶୁ ବିକାଶ ଯୋଜନାର କର୍ମଚାରୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ