ଜାତୀୟ ସାମ୍ବିଧାନିକ ଦିବସ ପାଳିତ
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍): ଭାରତ ସରକାରଙ୍କ ଯୁବ ବ୍ୟପାର ଓ କ୍ରୀଡା ମନ୍ତ୍ରାଳୟ ଆନୁକୁଲ୍ୟରେ ଜିଲ୍ଲା ନେହୁରୁ ଯୁବକେନ୍ଦ୍ର ତରଫରୁ ଏକ ବ୍ଲକ ସ୍ତରୀୟ ଜାତୀୟ ୭୧ ତମ ସାମ୍ବିଧାନିକ ଦିବସ ପାଳିତ ହୋଇଯାଇଛି । ଏହାକୁ ସ୍ଥାନୀୟ ନାରାୟଣ ଯୁବ ସଂଘ ଯୁବକ କାର୍ଯ୍ୟକ୍ରମକୁ ଆୟୋଜିତ କରିଥିଲେ ।ଅତିଥିଭାବେ ଶିକ୍ଷୟତ୍ରୀ ସ୍ୱପ୍ନାରାଣୀ ବେହେରା, ଅଜିତ କୁମାର ସ୍ୱାଇଁ , ନମିତା ଶତପଥି ଯୋଗଦେଇଥିବା ବେଳେ ଶେଷରେ ବିଦ୍ୟାର୍ଥୀ ମାନଙ୍କୁ ନେଇ ବକୃତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୃତିଛାତ୍ରଛାତ୍ତୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଅତିଥିମାନେ ଦେଶର ବୀର ଯୋଦ୍ଧା ମାନଙ୍କ ପାଇଁ କିପରି ଦେଶ ସ୍ୱାଧିନତା ହୋଇଥିବା ସେ ବିଷୟରେ ବିଦ୍ୟାର୍ଥୀ ମାନଙ୍କୁ ଆଲୋକପାତ କରିଥିଲେ । ଶେଷରେ ସ୍ୱେଚ୍ଛାସେବୀ ଦିପ୍ତି ମୟୀ ବେହେରା ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଶେଷ କରିଥିଲେ ।