ଜାତୀୟ ସୁରକ୍ଷା ପରାମର୍ଶଦାତା ଙ୍କ ଦିନିକିଆ କଳାହାଣ୍ଡି ଗସ୍ତ
(ଯୁଗାବ୍ଦ ନ୍ୟୁଜ):ଜାତୀୟ ବରିଷ୍ଠ ସୁରକ୍ଷା ପରାମର୍ଶଦାତା କେ.ବିଜୟ କୁମାର ଙ୍କ ଛତିଶଗଡ଼ ଓ ଓଡିଶା ର ସମୀକ୍ଷା ବୈଠକ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଛି। ସକାଳ ୧୦ ଘଣ୍ଟା ସମୟରେ କଳାହାଣ୍ଡି ରିଜର୍ଭ ପୋଲିସ ପଡ଼ିଆ ରେ ହେଲିକପ୍ଟର ଯୋଗେ ଆସି ପହଞ୍ଚିଥିବା ବେଳେ ଛତିଶଗଡ଼ ଗରିଆବନ୍ଦ, ଧନତରି,ମହାସମୁଦ ଓ ଓଡ଼ିଶାର ବଲାଙ୍ଗୀର, ନୂଆପଡା,କଳାହାଣ୍ଡି ଏସପି ଙ୍କ ସମେତ ସିଆରପିଏଫ, ବିଏସଏଫ ର ବରିଷ୍ଠ ଅଧିକାରୀ ମାନେ ଏହି ବୈଠକରେ ଯୋଗ ଦେଇଥିଲେ। ଓଡିଶା ଓ ଛତିଶଗଡ଼ ରେ ନକ୍ସଲ ସମସ୍ୟା ସମ୍ପର୍କରେ ବିସ୍ତୃତି ଭାବେ ଏହି ବୈଠକ ରେ ଆଲୋଚନା ହୋଇଥିବା ଜଣାପଡିଛି । କଳାହାଣ୍ଡି ଏସପି ଅନୁପସ୍ଥିତ ଥିବାରୁ ରାୟଗଡ଼ା ଏସପି ଦାୟିତ୍ୱରେ ଥିବା ସୂଚନା ମିଳିଛି।