ଜାତୀୟ ସେବା ଯୋଜନାରେ ସଫେଇ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ

ନିଳଗିରି, (ୱାଏନଏସ):ନୀଳଗିରି ସନ୍ତରାଗଡିଆ ବାବା ପଞ୍ଚଲିଙ୍ଗେଶ୍ଵର ସ୍ନାତକ ମହା ବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ଏକ ମେଗା ସଫେଇ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଏବଂ ବାବା ପଞ୍ଚଲିଙ୍ଗେଶ୍ଵର ପୀଠରେ ଅନୁଷ୍ଠିତ ହୋଇଯାଇଛି। ଗତ ୨୭.୯ରିଖରୁ ୧.୧୦ପର୍ଯ୍ୟନ୍ତ କାର୍ଯ୍ୟ କ୍ରମରେ ମହା ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ, ପକ୍ଷୀ ପ୍ରେମୀ, ସମାଜସେବୀ ଏବଂ କୁଲଡ଼ିହା ବନଖଣ୍ଡ ଅଧିକାରୀ ଉକ୍ତ ସଫେଇରେ ସାମିଲ ଥିଲେ। ଏହି କାର୍ଯ୍ୟକ୍ରମକୁ ମହା ବିଦ୍ୟାଳୟର ଅଧ୍ୟକ୍ଷା ଡ. ଗୌରହରି ଜେନା ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବେ କୁଲଡ଼ିହା ବନଖଣ୍ଡ ଅଧିକାରୀ ପ୍ରବିର କୁମାର ମୁର୍ମୁ, ଏ ବି ଏ କଲେଜର ପ୍ରଶାସନିକ ଅଧିକାରୀ ପ୍ରଦୀପ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଶିଶିର କୁମାର ସାହୁ, ଡ. ଗଦାଧର ବେହେରା, ଡାକ୍ତର ଅକ୍ଷୟ କୁମାର ପାଣିଗ୍ରାହୀ, ତ୍ରିଲୋଚନ ବାରିକ, ଅଭିମନ୍ୟୁ ମାହୁନ୍ତ, ଗଙ୍ଗାଧର ପରିଡ଼ା, ସଂଘମିତ୍ରା ରାଉତ ଏବଂ ଅଧ୍ୟକ୍ଷା ପ୍ରଶାନ୍ତ କୁମାର ବେହେରା, ଭବାନୀ ଶଙ୍କର ଜେନା, ପଞ୍ଚଲିଙ୍ଗେଶ୍ଵର ବାନପାଳ ଭଗ୍ୟଶ୍ରି ଦ୍ୱିବେଦୀ ସହିତ ଅନ୍ୟ ଅଧିକାରୀ ଓ ପକ୍ଷୀ ବିଶେଷଜ୍ଞ ତଥା ସମାଜସେବୀ ମନୋରଞ୍ଜନ ଦାସ ସମେତ ସ୍ଥାନୀୟ ଜନସାଧାରଣ ସାମିଲ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ହରିଶଙ୍କର ପାଣିଗ୍ରାହୀ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ