ଜାତୀୟ ସେବା ଯୋଜନା ଦିବସ ପାଳିତ

ଆନନ୍ଦପୁର, (ବିକାଶ ବିଶ୍ୱାଳ):ବଳଭଦ୍ର ନାରାୟଣ ସରକାରୀ ସଂସ୍କୃତ ମହାବିଦ୍ୟାଳୟ ଟୁକୁଣାରେ ଜାତୀୟ ସେବା ଯୋଜନା ତରଫରୁ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି । ମାହାବିଦ୍ୟାଳୟର ଅଧ୍ୟକ୍ଷା ଡ.ଇନ୍ଦିରା ଶୁଭଦର୍ଶନୀ ଚକ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ସୁଦର୍ଶନ ସାହୁ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ମନୋରଞ୍ଜନ ପାଢ଼ୀ, ଗୋପୀନାଥ ପଣ୍ଡା, ନବ କୁମାର ପଣ୍ଡା, ଭୋଳେଶ୍ୱର ପ୍ରଧାନ, ଯଦୁମଣି ମିଶ୍ର, ବିଜୟ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ନିଜ ବକ୍ତବ୍ୟରେ ଅଧ୍ୟକ୍ଷା ସମାଜ ସେବାରେ ଗୁରୁତ୍ୱ ଉପରେ ଆଲୋକପାତ କରି ସ୍ୱେଚ୍ଛାସେବୀ ମାନେ ସେବା ମନୋବୃତ୍ତିନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସ୍ୱେଚ୍ଛାସେବୀ ମାନେ ମହା ବିଦ୍ୟାଳୟପରିସରରେ ସଫେଇ କାର୍ଯ୍ୟକ୍ରମ କରିବା ସହ ବୃକ୍ଷରୋପଣ କରିଥିଲେ । ସ୍ୱେଚ୍ଛାସେବୀ ରୁଦ୍ର ନାରାୟଣ ମିଶ୍ର, ଜିତେନ୍ଦ୍ର କୁମାର ମିଶ୍ର, ମନ୍ମଥ ମିଶ୍ର, ସୁନିଲ କୁମାର ଶନିବିଗ୍ରହ, ଅଙ୍କିତା ଉପାଧ୍ୟାୟ, ସୁନୟନା ଶର୍ମା, ଶ୍ରାବଣୀ ଦାସ, ଦୀପାରାଣୀ ଦାସ, ସ୍ୱପ୍ନା ଦାସ, ସ୍ମୃତିରେଖା ଦାସ, କାଦମ୍ବିନୀ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ