ଜାତୀୟ ସେବା ଯୋଜନା ଦିବସ ପାଳିତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ” ଜାତୀୟ ସେବା ଯୋଜନା’ ଦିବସ ପାଳନ କରାଯଇଛି। ଜାତୀୟ ସେବା ଯୋଜନା ଶାଖାର ସମସ୍ତ ସ୍ବେଛାସେବୀ ମାନଙ୍କ ଉପସ୍ଥିତରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ସେବା ଯୋଜନାର ପତାକା ଉତ୍ତୋଳନ କରିବା ସହ ସ୍ବେଛାସେବୀମାନଙ୍କୁ ସେବାରେ ବ୍ରତୀ ହେବାକୁ ଶପଥ ପାଠ କରାଇଥିଲେ। ଏହା ପରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସ୍ବେଛାସେବୀମାନେ ଏହି ଯୋଜନା ମାଧ୍ୟମରେ ସମାଜ କଲ୍ୟାଣରେ ସହଯୋଗ କରିବା ସହ ନିଜ ସମ୍ପାଦିତ କାର୍ଯ୍ୟକ୍ରମର ସ୍ୱୀକୃତି ପାଇଁ ପ୍ରମାଣ ପ୍ରତିପାଦନ କରିବାକୁ ପରାମର୍ଶ ଦେଇଥିଲେ। ସଂସ୍କୃତିକ ପରିଷଦର ଉପସଭାପତି ଦେବେଶ ଚନ୍ଦ୍ର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଦୀପୁ ଭୂୟାଁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ଉକ୍ତ ଦିବସ ପାଳନର ଉଦ୍ଦେଶ୍ୟ ପ୍ରଦାନ କରିଥିଲେ। ମଞ୍ଚାସିନ ପ୍ରଶାସନିକ ଅଧିକ୍ଷକ କୁମୁଦ ଚନ୍ଦ୍ର ମହାପାତ୍ର, ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା, ରୋଭର ଲିଡର ପି ଦୀପକ ରାଓ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉକ୍ତ ଦିବସ ଆଭିମୁଖ୍ୟ ସଂପର୍କରେ ମତ ରଖିବା ସହ ସେବା ମନୋଭାବ ନେଇ ସ୍ବେଛାସେବୀମାନେ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ନିସ୍ଵାର୍ଥପରଭାବେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ। ପରିଶେଷରେ ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ସ୍ବେଛାସେବୀମାନେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ସହ “ସ୍ୱଚ୍ଛତା ହିଁ ସେବା ” କାର୍ଯ୍ୟକ୍ରମ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଯମୁନା ଖୁଣ୍ଟିଆ, ଯୁବ ରେଡ଼କ୍ରସ ସହ ଉପଦେଷ୍ଟା ସ୍ୱରୂପରାଣୀ ବିଶ୍ୱାଳ, ପଦ୍ମ ଚରଣ ନାୟକ, ବଳରାମ ଗୌଡ଼, ରମେଶ ଚନ୍ଦ୍ର ବିଶୋଇ, ବୁଦ୍ଧିରାମ ବିଶ୍ୱାଳ, ସନ୍ତୋଷ ବିଶ୍ୱାଳ ପ୍ରମୁଖ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ